
ଗଂଜାମ,କିଛି ମାସ ହେଲା ପିତଳ ୠଷିକୂଲ୍ଯା ନଦୀ ଗର୍ଭରୁ ଦିବାରାତ୍ରି ଦୈନିକ ଶହ ଶହ ସଂଖ୍ୟାରେ ଟ୍ରକ ଓ ଟାକ୍ଟର ଦ୍ଵାରା ବେଧଡକ ଭାବେ ଚୋରାରେ ବାଲି ବ୍ରହ୍ମପୁର ଚାଲାଣ ହେଉଛି। ଏଠାରେ ନରେନ୍ଦ୍ରପୁର ଓ ସନ୍ତୋଷପୁରର ଦୁଇଟି ରାଜସ୍ଵ କାର୍ଯ୍ଯାଳୟ ଓ କର୍ମୀ ନିୟୋଜିତ ଥିଲେ ମଧ୍ୟ ସେମାନେ ନିରବଦ୍ରଷ୍ଟା ସାଜି ହାତଚିକଣ କରୁଥିବା ଅଭିଯୋଗ ହେଉଛି। ବାଲି ଚୋରା ଚାଲାଣ ଫଳରେ ରାସ୍ତା ଜାମ ଯୋଗୁ ପିତଳବଜାର ତଥା ପିତଳ ଅଂଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିସହ ସରକାରଙ୍କ ବ୍ୟାପକ ରାଜସ୍ଵ ହାନି ଘଟୁଛି। ଶେରଗଡ ତହସିଲଦାର ଘଟଣାର ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।