
-
ଅଜଣା ଜନ୍ତୁ ଆକ୍ରମଣରେ ୨୫ ମେଣ୍ଢା ମୃତ, ୫ କ୍ଷତବିକ୍ଷତ
କେନ୍ଦ୍ରାପଡ଼ା, କଟକ ଜିଲ୍ଲା ନିଆଳି ପରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କଳାଗଡ଼ ଯଦୁପୁର ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ ମେଣ୍ଢାଙ୍କ ମୃତ୍ୟୁ ଘଟିଛି । ୫ କ୍ଷତବିକ୍ଷତ ହୋଇଛନ୍ତି । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରାଣୀଧନ ନିରୀକ୍ଷକ ଏବଂ ରାଜସ୍ଵ ନିରୀକ୍ଷକ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ କଟକ ଜିଲ୍ଲା କଂଟାପଡ଼ା ବ୍ଲକରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଥିଲା । କଂଟାପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀ ସାହିରେ ରାତିରେ କୌଣସି ଅଜଣା ଜନ୍ତୁ ଗୁହାଳରେ ପଶି ୨୯ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା ।