କନ୍ଧମାଳ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତୁମୁଡିବନ୍ଧ ଠାରେ ପବିତ୍ର ଉତ୍କଳ ଦିବସ ଓ ବିଦ୍ୟାଳୟ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରେ ଉତ୍କଳ ରାଜ୍ୟପ୍ରିତି ସଂଗୀତ ଗାନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା। ଓଡ଼ିଶାର ବରପୁତ୍ର ମାନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଆୟୋଜିତ ସଭାରେ ଓଡ଼ିଶାର ଅତୀତ ଐତିହ୍ୟ ତଥା ଉତ୍କଳ ପ୍ରଦେଶ ଗଠନ ହେବା ଆଭିମୁଖ୍ୟ ବିଷୟରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଉଦବୋଧନ ଦେଇଥିଲେ।
ଏହି ଅବସରରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବା କାରଣରୁ ସ୍ଵତନ୍ତ୍ର ପୂଜା ପାଠ ସହ ଶିଶୁ ମାନଙ୍କୁ ବନ୍ଦାପନା କରାଯାଇ ସ୍ଵାଗତ କରାଯାଇଥିଲା। ଏହି ପ୍ରବେଶ ଉତ୍ସବରେ ଉପ ସଭାପତି ପ୍ରସନ୍ନ ସାହୁଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ସଦସ୍ୟ ସୁଶାନ୍ତ ପାତ୍ରଙ୍କ ସମେତ ଆଚାର୍ଯ୍ୟା ସସ୍ମିତା ପଣ୍ଡା, ସରସ୍ବତୀ ନାୟକ, ଜ୍ୟୋତ୍ସ୍ନାରାଣୀ କଁହର, କେତକୀ ନାୟକ, ବନଜା ସାଥୁଆ, ସୁନେଲି ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ଶିଶୁମାନଙ୍କୁ ସ୍ଵାଗତ କରିଥିଲେ।