ଭୁବନେଶ୍ୱର. କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବିରୋଧୀଙ୍କ ପ୍ରଶ୍ନବାଣରେ ଜର୍ଜରିତ ହୋଇ ସରକାର ନିର୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରି ଦେଇଛନ୍ତି । ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଶ୍ରୀ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ସରକାର ଭୟଭୀତ ଅଛନ୍ତି | କୌଣସି ପ୍ରଶ୍ନର ଉତ୍ତର ନଥିଲା ପ୍ରଶ୍ନକାଳ ବାତିଲ କରି ମହାନଦୀ ଉପରେ ଆଲୋଚନା ପାଇଁ ମୋସନ ଆଣିଥିଲି | ବାଚସ୍ପତି ରୁଲିଂ ଦେଲେ ବିଲ ପାସ ପରେ ଆଲୋଚନା କରିବା ସହ ଗୃହ କାର୍ଯ୍ୟ ୪ ଦିନ ଥିଲା, ସେ କାମ ହୋଇପାରିଥାନ୍ତା | ମୁଖ୍ୟମନ୍ତ୍ରୀ ଜାପାନ ଯିବେ ଅର୍ଥ ମହାନଦୀ ଆଲୋଚନାବେଳେ ଅନୁପସ୍ଥିତ ରହିବେ | ସେମାନେ ଏକତରଫା ବିଧାନସଭା ବନ୍ଦ କଲେ | ବିରୋଧୀମାନଙ୍କ ପ୍ରଶ୍ନ ବାଣରେ ଜର୍ଜରିତ ହୋଇ ଜୋରଜବରଦସ୍ତ ବିଧାନସଭାକୁ ବନ୍ଦ କରିଦେଲେ ଆମେ ଏହାକୁ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି ।