-
ବିଜେପି ଗୃହରେ ଉଠାଇଥିବା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ
ଭୁବନେଶ୍ୱର, ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଜଡିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀ ଦଳ ଭାବେ ବିଧାନସଭାରେ ଉଠାଇବା ପରେ ସରକାରଙ୍କ ନିକଟରେ ତାର ଉତର ନ ଥିବାରୁ ସରକାର ଗୃହକୁ ତରବରିଆ ଭାବେ ବନ୍ଦ କରି ଦେଲେ । ଏବେ ଏହି ପ୍ରସଙ୍ଗ ଗୁଡିକୁ ନେଇ ବିଜେପି ଲୋକ ମାନଙ୍କ ନିକଟକୁ ଯିବ । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ପାର୍ଟୀ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ବିନା ପରାମର୍ଶଦାତା କମିଟି ରେ ଆଲୋଚନା ନ କରି ସ୍ଵେଛାଚାରୀ ଭାବେ ବିଧାନସଭା କୁ ବନ୍ଦ କରି ଦେଇଛନ୍ତି।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ରାଜ୍ୟରେ ଡୁପ୍ଲିକେଟ ସରକାର ଚାଲିଛି । ଏଠାରେ ଡୁପ୍ଲିକେଟ ସାର୍ଟିଫିକେଟ, ଡୁପ୍ଲିକେଟ ଔଷଧ ଠାରୁ ଆରମ୍ଭ କରି ଡୁପ୍ଲିକେଟ 5ଟି ବିଭାଗ ଚାଲିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ହତ୍ୟା, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅବସରପ୍ରାପ୍ତ ଅଧିକାରୀଙ୍କ ଅବସର ବିନୋଦନ କେନ୍ଦ୍ର ପାଲଟିବା, ଅନେକ ବର୍ଷ ଧରି ଗୋଟିଏ ପଦବୀରେ ଅଧିକାରୀ ମାନଙ୍କୁ ରଖିବା, ମହାନଦୀ ପ୍ରସଙ୍ଗରେ ମୋସନ ଜରିଆରେ ଆଲୋଚନା କରିବା ଆଦି ପ୍ରସଙ୍ଗକୁ ଆମେ ଉଠାଇଥିଲୁ । ହେଲେ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଉତର ନ ଥିବାରୁ ପୂର୍ବରୁ ବିଧାନସଭାକୁ ବନ୍ଦ କରି ଦେଇଛନ୍ତି ବୋଲି ସେ କହିଛନ୍ତି ।