ଭୁବନେଶ୍ଵର, ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଜାରୀ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କଟକର ନରାଜରେ ୬୫.୨ ମି.ମି., ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୬୨.୪, ଢ଼େଙ୍କାନାଳରେ ୬୦.୯, କନ୍ଧମାଳ ଜିଲ୍ଲାର ଚକାପାଦରେ ୫୮.୦, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୫୭.୪, ଗଞ୍ଜାମ ଜିଲ୍ଲାର ମାଧବରିଡାରେ ୫୭.୦, ନୟାଗଡ଼ ଜିଲ୍ଲାର ନୂଆଗାଁରେ ୫୬.୦, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ୫୪.୪, କେନ୍ଦ୍ରାପଡ଼ାରେ ୫୪.୦, ଭୁବନେଶ୍ଵରରେ ୩୩.୦ ଏବଂ କଟକରେ ସର୍ବନିମ୍ନ ୨୫.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।