ବଲାଙ୍ଗିର, ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଜଣେ ଶାନ୍ତ ସରଳ ଓ ନିରାଡମ୍ବର ଜୀବନ ତଥା ଉଚ୍ଚ ଚିନ୍ତା ସଂପନ୍ନ ବ୍ଯକ୍ତିତ୍ବର ଅଧିକାରୀ ଥିଲେ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପାଟଣା ମହାରାଜ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ ତମ ଜନ୍ମ ଜୟନ୍ତୀରେ ବଲାଙ୍ଗିର ରାଜେନ୍ଦ୍ର ପାର୍କ ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ଜୟନ୍ତୀ ପାଳନ କରିଛି ବଲାଙ୍ଗୀରର ଅଗ୍ରଣୀ ସାମାଜିକ ସଂଗଠନ ରାଜେନ୍ଦ୍ର ଯୁବକ ସଂଘ।
ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଓ ଉପ ପୌରାଧ୍ୟକ୍ଷା ଗାୟତ୍ରୀ ଭୋଇ ବରେଣ୍ଯ ଅତିଥି ଭାବରେ ଯୋଗଦେଇ ରାଜେନ୍ଦ୍ର ପାର୍କ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ନିର୍ବାଚିତ ପୌର କାଉନସିଲର ବୃନ୍ଦ, ବିଜେଡି ମହିଳା ମୋର୍ଚା ସଭାନେତ୍ରୀ ଦମୟନ୍ତୀ ବାଗଙ୍କ ସମେତ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଭକ୍ତିପୂତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ମୁଖ୍ଯ ଗେଟ ପାଖରେ ଥିବା ମହାରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।
ରାଜେନ୍ଦ୍ର ଯୁବକ ସଂଘର ରୀତା କମ୍ପ, ସୁମନ ଭାଟି, ପ୍ରିତି ପୋଢ, ଜାଗ୍ରତ ପାଣିଗ୍ରାହୀ, ରଜତ କୁମାର, ରାଧାକାନ୍ତ ନାୟକ, ସାଗିର ମହମ୍ମଦ, ସୁରଜିତ ଶତପଥୀ, ମାନସ, ଅବିନାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।