
ବଲାଙ୍ଗିର, ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତା ଗୁରୁବାର ସମ୍ବଲପୁର ସ୍ଥିତ ଡାକ୍ତର ଝଷକେତନ ସାହୁ ସନ୍ତରଣଗାର ଠାରେ ଉଦଯାପିତ ହୋଇଯାଇଛି। ଆୟୋଜିତ ଏହି ପ୍ରତିଯୋଗିତାରେ ୪ ଟି ବର୍ଗରେ ଇଭେଣ୍ଟ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାର ୧୦ ଟି ଜିଲ୍ଲାର ୮୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପତିତ ପାବନ ଏକାଡେମୀରୁ ସସ୍ମିତା ରାଣୀ ମିଶ୍ର ଏବଂ ପି. ଆର ହାଇସ୍କୁଲର ସୋରଭ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ୧୮ ଜଣ ପ୍ରତିଯୋଗୀ ସମ୍ବଲପୁର ଯାଇଥିଲେ। ବଲାଙ୍ଗୀର ଜିଲ୍ଲାର କୃତି ପ୍ରତିଯୋଗୀମାନେ ୧୩ ଟି ପୁରସ୍କାର ଲାଭ କରିଥିଲେ। ଏଥି ମଧ୍ୟରୁ ପତିତ ପାବନ ଏକାଡେମିର ଦୟାସାଗର କଠାର, ଅବିନାଶ ଦାଶ, ସୋମନାଥ ପୁଟେଲ, ସମ୍ରାଟ ଗଡ଼ତିଆ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମୋଟ ୬ ଗୋଟି ପୁରସ୍କାର ଲାଭ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢ଼ି, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିଷକ ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ।