ସମ୍ବଲପୁର – ପୂର୍ବତଟ ରେଳବାଇ, ସମ୍ବଲପୁର ମଣ୍ଡଳରେ ଶକ୍ତି ସଂରକ୍ଷଣ ସପ୍ତାହ ୮ ଡିସେମ୍ବରରୁ ୧୪ ଡିସେମ୍ବର ମଧ୍ୟରେ ପାଳିତ ହେଉଅଛି । ଜନସାଧାରଣ ଓ ବିଶେଷ ଭାବେ ରେ ବ୍ୟବହାରକାରୀଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଷ୍ଟେସନରେ ବ୍ୟାନର, ପୋଷ୍ଟର, ଷ୍ଟିକର ଓ ଶକ୍ତି ସଂରକ୍ଷଣ ସ୍ଲୋଗାନ ଆଦି ଲଗାଯାଇଥିଲା ।
ଏହି ଅବସରରେ ୧୦ ଡିସେମ୍ବର ୨୦୧୯ରେ ଶକ୍ତି ସଂରକ୍ଷଣ ଉପରେ ଏକ ସେମିନାର ହୋଇଥିଲା । ବରିଷ୍ଠ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟର(ସାଧାରଣ) ରେଳ ବ୍ୟବହାରକାରୀଙ୍କ ଦ୍ୱାରା ଶକ୍ତି ସଂରକ୍ଷଣ ଓ ତା’ର ବିଭିନ୍ନ ଦିଗ ଉପରେ ଏକ ପାୱାର ପଏଂଟ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ବିଦ୍ୟୁତ ବିଭାଗ ତରଫରୁ ରେଳ ପ୍ରବନ୍ଧକ କାର୍ଯ୍ୟାଳୟରେ ଏକ ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା । ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ ଇଲେକ୍ଟ୍ରିକାଲ ଉପକରଣ ଯଥା ଏଲଇଡି ଲାଇଟ, ବିଏଲଡିସି ଫେନ, ଇନଭଟର, ଏସି, ସୋଲାର ଲାଇଟ୍ଳ, ଷ୍ଟାର ରେଷଟଡ ଗିଜର, ଡିଜିଟାଲ ଟାଇମର ସୁଇଚ, ସେନସର ଆଦି ପ୍ରଦର୍ଶନ କରାଯାଇଥିଲା ଓ ଲିଫ୍ଲେଟ ବଂଟାଯାଇ ରେଳ କର୍ମଚାରୀ ଓ ରେଳ ବ୍ୟବହାରକାରୀଙ୍କୁ ସଚେତନ ସୃଷ୍ଟି କରାଯାଇଛି । ଏବଂ ଶକ୍ତି ସଂରକ୍ଷଣ ଉପରେ ବିଭିନ୍ନ ନିୟମଗୁଡ଼ିକ ବୁଝାଯାଇଥିଲା । ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ବୁଲି ଦେଖିବା ସହ ଶକ୍ତି ସଂରକ୍ଷଣ ଉପକ୍ରମଗୁଡ଼ିକର ବ୍ୟବହାର ଉପରେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହାବ୍ୟତୀତ ଶ୍ରୀ ପ୍ରଦୀପ କୁମାର ଏହି ଶକ୍ତି ସଂରକ୍ଷଣ ଉପକରଣ ବ୍ୟବହାର ଫଳରେ ପରିବେଶ ସୁନ୍ଦର ହେବା ସହ ବିଦ୍ୟୁତ ଦେୟ କମ୍ ହୋଇପାରିବ ବୋଲି କହିଥିଲେ ।
ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଲଭିଏସଏସ ପାତ୍ରୁଡ଼ୁ ଶକ୍ତି ସଂରକ୍ଷଣ ଉପରେ ମତପୋଷଣ କରିଥିଲେ । ବରିଷ୍ଠ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟର ଶ୍ରୀ ସୁନୀଲ କୁମାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହାବ୍ୟତୀତ ଏହି ଶକ୍ତି ସଂରକ୍ଷଣ ସପ୍ତାହ ଅବସରରେ ବିଭିନ୍ନ ଷ୍ଟେସନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି ।