ଭୋପାଳ, ଦେଶର ୧୧ ତମ ବନ୍ଦେ ଭାରତ ଟ୍ରେନ୍ ଭୋପାଳରୁ ନୂଆଦିଲ୍ଲୀ ମଧ୍ୟରେ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀର ବିଭିନ୍ନ ଉତ୍କୃଷ୍ଟ ବିଦ୍ୟାଳୟ ସହିତ ୩୭ ସ୍କୁଲରୁ ଚୟନ କରାଯାଇଥିବା ୨୧୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । କେବଳ ସେତିକି ନୁହେଁ, ଏହି ଛାତ୍ରଛାତ୍ରୀ ମାନଙ୍କ ସହିତ ଟ୍ରେନ୍ ରେ ବିଦିଶା ପର୍ଯ୍ୟନ୍ତ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ।