ପୁରୀ ଆର୍ଟୀଷ୍ଟ ଆସୋସିଏସନ୍ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆୟୋଜିତ ” ବିଶ୍ଵ ନାଟ୍ୟ ଦିବସ ” ମହାସମାରୋହରେ ସମାହିତ ହୋଇଯାଇଛି।ଉକ୍ତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ସମାଜସେବୀ ଚକ୍ରଧର ମହାପାତ୍ର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ପ୍ରଫେସର ଡ଼ା ଦେବାଶିଷ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଯାପନୀ ସନ୍ଧ୍ୟା କୁ ଆରମ୍ଭ କରିଥିଲେ ।
ଅନୁଷ୍ଠାନର ସଭାପତି ଭରତ କୁମାର ନାୟକ , କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଶକ୍ତି ପ୍ରସାଦ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ସଭାପର୍ବ ମଧ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା କଳା ନିର୍ଦ୍ଦେଶନା କ୍ଷେତ୍ରରେ ଶ୍ରୀ ଶରତ କୁମାର ମହାନ୍ତି ଓ ମଞ୍ଚ ନାଟ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିବା ମନୋରମା ମହାନ୍ତିଙ୍କ ପରି ପ୍ରତିଭା ଦ୍ୱୟଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।ତତ୍ ସହିତ ନୃତ୍ୟ ନିର୍ଦ୍ଦେଶକ ଅମିତ୍ କୁମାର ଚାଟାର୍ଜୀ , ସଙ୍ଗୀତ କ୍ଷେତ୍ରରେ ତପନ କୁମାର ଓ ସୁଶ୍ରୀ ଦର୍ଶନା କର , ନୃତ୍ୟ କ୍ଷେତ୍ରରେ ନିତୁ ପ୍ରିୟଦର୍ଶିନୀ ଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।ଏଥିସହିତ ଆଧୁନିକ ନୃତ୍ୟ (ଏକକ) ଓ (ଯୁଗ୍ମ) ବିଭାଗର ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତି ପ୍ରତିଯୋଗୀ ସମେତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ସଭାପର୍ବ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ” ଷ୍ଟାର ଇଭିନିଂ ” , ନୃତ୍ୟ ସଙ୍ଗୀତ , ବାଦ୍ୟ ବିଚିତ୍ରା ଓ ଇନ୍ଦ୍ରଜାଲର କୁହୁକ ଇତ୍ୟାଦି ହୃଦୟସ୍ପର୍ଶୀ ମନୋଲୋଭା ଚିତ୍ତାକର୍ଷକ ଦୃଶ୍ୟମାନ ପୂର୍ଣ୍ଣ ପ୍ରେଖ୍ୟାଳୟରେ ଦର୍ଶକ ମାନଙ୍କ ଦ୍ଵାରା ଉପଭୋଗ୍ୟ ହୋଇଥିଲା ।
ସମସ୍ତ କାର୍ଯ୍ୟକୁ ସାଂସ୍କୃତିକ ସମ୍ପାଦକ ପ୍ରତାପ କୁମାର ସାହୁ , ଉପ ସଭାପତି ସବିତା ହରିଚନ୍ଦନ , ସହ ସମ୍ପାଦକ ଭାରତୀ ମହାପାତ୍ର ଏବଂ ନରସିଂହ ମହାପାତ୍ର , ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ , ସଂଗଠକ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର ସମ୍ପାଦନା କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ସଞ୍ଜୟ ମହାନ୍ତି , କାର୍ତିକେଶ୍ୱର୍ ଖଟେଇ, ଅନୁପ ପଟ୍ଟନାୟକ ଏବଂ ଅଭ୍ୟୁଦୟ ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ରଖିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ବିକାଶ ଦତ୍ତ ଏବଂ ପ୍ରଦୀପ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରାଯାଇଥିଵା ବେଳେ ପରିଶେଷରେ ପୂର୍ବତନ ସମ୍ପାଦକ ରାମକୃଷ୍ଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।