ଭୁବନେଶ୍ୱର, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରିଛି । ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ିପଡ଼ିଛି ।
ସେ କହିଛନ୍ତି ଝାରସୁଗୁଡ଼ା ପାଇଁ ୨୯ ତାରିଖ ହେଉଛି କଳାଦିନ । ଜାନୁଆରୀ ୨୯ରେ ନବ ଦାସଙ୍କୁ ଓ ମାର୍ଚ୍ଚ ୨୯ରେ ସମର୍ଥକୁ ହତ୍ୟା କରାଯାଇଛି । ବିଜେଡି ଶାସନରେ ହତ୍ୟା, ଅପହରଣ, ଦୁଷ୍କର୍ମ ବଢ଼ିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଝାରସୁଗୁଡ଼ା ଉପନିର୍ବାଚନରେ ଲୋକେ ଭୋଟ୍ ଦେବାକୁ ଡରିବେ । ଉଭୟ ହତ୍ୟା ଘଟଣାର ମୁଖ୍ୟ ହତ୍ୟାକାରୀଙ୍କୁ ସରକାର ସାମ୍ନାକୁ ଆଣନ୍ତୁ ବୋଲି ସେ କହିଛନ୍ତି ।