-
ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ଆଇନ ବିହୀନ ଓଡ଼ିଶା ବାସ୍ତବତା ପାଲଟିଛି । ଦିନ ଦ୍ୱିପ୍ରହରରେ ଜଣେ ମନ୍ତ୍ରୀ ନବ ଦାସ ହତ୍ୟାକୁ ୨ ମାସ ନ ପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି । ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି’ ।
ସେ କହିଛନ୍ତି ଯେ’ସାଧାରଣ ନାଗରିକ ଓ ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି’ । ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରିଛି’ । ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ କମ୍ ପଡ଼ିବ’ ବୋଲି ସେ କହିଛନ୍ତି । ‘ନାଗରିକଙ୍କ ସୁରକ୍ଷା ପାଇଁ ଆଇନ ଓ ନିରାପତ୍ତା ସୁନିଶ୍ଚିତ କରନ୍ତୁ ସରକାର ବୋଲି ସେ କହିଛନ୍ତି ।