ଭୁବନେଶ୍ୱର, ଝାରସୁଗୁଡା ଉପ ନିର୍ବାଚନ ପାଇଁ ପିସିସି ପକ୍ଷରୁ କମିଟି ଗଠିତ କରାଯାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ସୂଚନା ଦେଇଛନ୍ତି ।
ଶ୍ରୀ ସାଲୁଜା କହିଛନ୍ତି ଯେ – ଝାରସୁଗୁଡା ନିର୍ବାଚନ ପାଇଁ ପିସିସି ନିର୍ଦ୍ଦେଶରେ କମିଟି ଗଠନ କରାଯାଇଛି । ବିଧାନସଭା ସରିବା ପରେ କମିଟି ଝାରସୁଗୁଡା ଗସ୍ତରେ ଯିବ । ଯେଉଁ ପ୍ରାର୍ଥୀଙ୍କର ଜିତିବା ସମ୍ଭାବନା ଅଧିକ ଥିବ ତାଙ୍କ ନାମ ସୁପାରିଶ କରିବୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ କଂଗ୍ରେସ ସ୍ଥିତି ଝାରସୁଗୁଡାରେ ଭଲ ଅଛି । ବିଧାନସଭା ସରିଲେ କମିଟିକୁ ନେଇକି ଯିବି । ୦୯ ଏବଂ ୧୪ ନିର୍ବାଚନରେ ନବ ଦାସ କଂଗ୍ରେସ ବିଧାୟକ ଥିଲେ, ଏବଂ ୧୯ ରେ ସେ ବିଜେଡିକୁ ଯାଇଥିଲେ । ନବ ଦାସ ବିଜେଡି ଗଲାବେଳେ ତାଙ୍କ ସହ କଂଗ୍ରେସର ଯେତେ କର୍ମୀ ଥିଲେ ମୁନିସିପାଲିଟି ଏବଂ ବ୍ଲକରୁ ଆରମ୍ଭ କରି ସମସ୍ତଙ୍କୁ ସେ ବିଜେଡିକୁ ନେଇ ଯାଇଥିଲେ । ଏବେ ତାଙ୍କ ହତ୍ୟା ପରେ କର୍ମୀ ମାନଙ୍କ ଘର ବାହୁଡା଼ ହେଉଛି ଯାହା ଫଳରେ ସେଠି କଂଗ୍ରେସର ସ୍ଥିତି ସେଠି ଭଲ ରହିବ । ଏପଟେ ପିସିସି ମଧ୍ୟ ସ୍ପଷ୍ଟ କରିଛନ୍ତି ଯାହାର ଜିତିବା ଦାବିଦାର ଥିବେ, ଯାହାକୁ କଂଗ୍ରେସ କର୍ମୀ ମାନେ ଚାହୁଁଥିବେ ତାଙ୍କୁ ହିଁ କଂଗ୍ରେସ ଟିକେଟ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।