
ନୂଆପଡା,କ୍ୟାମେରାରେ କଏଦ ମଣିଷ ଖିଆ ବାଘର ଚିତ୍ର । ଗତ କିଛି ଦିନ ହେଲା ଆତଙ୍କ ଖେଲାଇଥିବା ମଣିଷ ଖିଆ କଲରାପତରିଆ ବାଘର ଚିତ୍ର ଆଜି କ୍ୟାମେରାରେ କଏଦ ହୋଇଛି ।ସୁନାବେଡ଼ା ଅଭୟାରଣ୍ୟର ଜଳମଡ଼େଇ ଗାଁରେ ଆତଙ୍କ ଜାରି ରଖିଥିଲା ବାଘ । ବନ ବିଭାଗ ଦ୍ବାରା ବାଘର ଗତିବିଧିକୁ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା କ୍ୟାମେରାରେ କଏଦ ହୋଇଛି ବାଘର ଚିତ୍ର । ଏହା କଲରାପତରିଆ ବାଘ ବୋଲି ସ୍ପଷ୍ଟ ଜଣାପଡ଼ିଛି । ପୂର୍ବରୁ ଜଳମଡ଼େଇ ଗାଁର ବୃଦ୍ଧା ମହିଳା ସାନମତି ବାରିକକୁ ଘରୁ ଟେକି ଶିକାର କରିଥିଲା ଏହି ମଣିଷ ଖିଆ ବାଘ ।ସେହିପରି ଜିଲ୍ଲାର ତରିଆ ମହୁଅଭଟା ଗାଁରେ ଘରୁ ବାଛୁରୀ ଏବଂ ଗାଈକୁ ଟେକି ନେଇ ଶିକାର କରିଥିଲା ଏହି ବାଘ। ଏହା ପରେ ଗାଁରେ ଆତଙ୍କ ଦେଖାଇଥିଲା ବାଘ ।ବର୍ତ୍ତମାନ କ୍ୟାମେରାରେ ଚିତ୍ର କଏଦ ହେବା ପରେ ବନ ବିଭାଗ ତରଫରୁ ବାଘର ଗତିବିଧିକୁ ନଜର ରଖାଯାଇଛି ।