
ନୂଆନଡା/ଭୁବନେଶ୍ୱର, ନୂଆପଡ଼ାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । କଲରାପତରିଆ ବାଘ ଆଜି ଏକ ଗାଈକୁ ମାରି ଖାଇଥିବା ଅଭିଯୋଗ ହୋଇଛି । ସୁନାବେଡ଼ା ଅଭୟାରଣ୍ୟ ଜଳମଡାଇ ଗାଁର ରାମସିଲା ପଟିଆଙ୍କ ଗାଈକୁ ବାଘ ମାରି ଖାଇଥିବା ଜଣାପଡିଛି । ପୂର୍ବରୁ ଗାଁର ଜଣେ ବୃଦ୍ଧା ଓ ବାଛୁରୀକୁ ବାଘ ଖାଇଥିବା ଅଭିଯୋଗ ହୋଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଂଚି ତଦନ୍ତ ଜାରି ରଖିଛି ।