-
ବଲାଙ୍ଗୀର ଜିଲ୍ଲା ସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସଂଧ୍ୟା
-
ସାଂପ୍ରତିକ ପରିସ୍ଥିତିରେ ପାଠକୀୟ ଅଭିରୂଚି*ସଂପର୍କ ରେ ଆଲୋଚନା
ବଲାଙ୍ଗୀର ,ସରସ୍ଵତୀ,ଶାରଦାଙ୍କ ଆଶିର୍ବାଦ ସବୁ କାଳରେ ମଣିଷସମାଜପାଇଁ ରହିଛି। ସେଇ ସୃଜନଶୀଳ ଚେତନା ମଣିଷର ଚେତନାକୁ ଆନ୍ଦୋଳିତ କରେ। ମାନସିକତାରେ ପରିବର୍ତ୍ତନ ଆସିଲେ ସମସ୍ତଙ୍କର ଜୀବନ ନୂତନ ଧାରା ଆଡକୁ ଆଗେଇଯାଏ। ଆଲୋକର ଚେତନା ଜଗତର ଆଗାମୀକୁ ଆଲୋକିତ କରେ ବୋଲି ମତ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସଂଧ୍ୟାର ବରେଣ୍ଯ ଅତିଥି ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦଗାତା।
।ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଂଧ୍ୟାକାଳିନ ସଭାରେ ବରେଣ୍ଯ ଅତିଥି ଭାବରେ ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦଗାତା, ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ। ଜିଲ୍ଲା ଲେଖକ ପରିଷଦ ର ଉପସଭାପତି ମୁରଲୀଧାରୀ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଲେଖକ ପରିଷଦ ର ଉପସଭାପତି ଦେବେନ୍ଦ୍ର ନାଏକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଜୟଦେବ ପାଣିଗ୍ରାହୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବରେଣ୍ଯ ଅତିଥି ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ରାଜ୍ଯ ସରକାରଙ୍କ ପୁସ୍ତକ ମେଳା ଯୋଜନାକୁ ପ୍ରଶଂସା କରି ପାଠକ ଓ ଲେଖକ ମଧ୍ଯରେ ପୁସ୍ତକ ଏକ ଯୋଗାଯୋଗର ସେତୁ ବୋଲି କହିଥିଲେ।ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସାଂପ୍ରତିକ ପରିସ୍ଥିତିରେ ପାଠକୀୟ ଅଭିରୂଚି ବିଷୟରେ ଅନୁଷ୍ଠିତ ଆଲୋଚନାଚକ୍ର ରେ ପ୍ରେମଚାନ୍ଦ ମହାନ୍ତି ଓ ବିଭୁକଲ୍ୟାଣ ଗଡତିଆ ନିଜର ମତ ଉପସ୍ଥାପନ କରିଥିଲେ।
ପରେ ଆଶ୍ମି ମିଶ୍ର ଙ୍କ ଲୋକନୃତ୍ଯ, ଲିଟିଲ ଫ୍ଲାୱାର, ସ୍କୁଲର ଲୋକନୃତ୍ଯ ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଲୋକନୃତ୍ଯ ଓ ଗଂଜାମ ର ଯୋଡିଶଂଖ ପରିବେଷଣ କରାଯାଇଥିଲା।ରିଙ୍କି ତ୍ରିପାଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।