
ବୌଦ୍ଧ, ବନବିଭାଗର ପେଟ୍ରୋଲିଂ ଗାଡ଼ି ଉପରକୁ ଗୁଳିମାଡ କଲେ ଦୂର୍ବୁର୍ତ୍ତ । ଗୁଳିକାଣ୍ଡ ରେ ଦୁଇ ବନ କର୍ମଚାରୀ ଗୁରୁତର ଭାବେ ଆହତ । ଅନ୍ୟ ତିନି ଜଣ ବନ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ଗୁଳିକାଣ୍ଡ ର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗୁଳିକାଣ୍ଡ କିଏ କରିଛି, କେଉଁ କାରଣରୁ ହୋଇଛି ଜଣାପଡିନଥିବା ବେଳେ ବୌଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି । ବୌଦ୍ଧ ସଦର ଥାନା ଅନ୍ତର୍ଗତ ବଘିଆପଡ଼ାର ଖଲିଆପାଲି ଛକ ନିକଟରେ ହୋଇଛି ଗୁଳିକାଣ୍ଡ । ବନବିଭାଗ ର ପେଟ୍ରୋଲିଂ ଗାଡ଼ି କୁ ଅତର୍କିତ ଗୁଳିଚାଳନା କଲେ ଦୂର୍ବୁର୍ତ୍ତ। ବନବିଭାଗ ର ପେଟ୍ରୋଲିଂ ଗାଡ଼ି ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ଦୁଇ ବନବିଭାଗ କର୍ମଚାରୀ ଗୁରୁତର । ଗୁରୁତର ଦୁଇ ବନବିଭାଗ କର୍ମଚାରୀ ହେଲେ ନୀଳାଚଳ ପ୍ରଧାନ ଓ ନବ କୁମାର ସାହୁ । ନିଳାଚଳ ଙ୍କ କାନ୍ଧ ରେ ଓ ହାତରେ ଗୁଳି ବାଜିଥିବା ସୂଚନା । ଅନ୍ୟ ଜଣେ ନବ କୁମାର ସାହୁ ଙ୍କ ପିଠି ରେ ଗୁଳି ବାଜିଥିବା ସୂଚନା । ଅଳ୍ପକେ ବର୍ତ୍ତିଲେ ସହକାରୀ ବନ ସଂରକ୍ଷକ ଙ୍କ ସମେତ 5 ବନ କର୍ମଚାରୀ । ଗୁରୁତର ଦୁଇ ବନବିଭାଗ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ନିଳାଚଳ ଦେହରୁ ଗୋଟିଏ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି । ସୂଚନା ମତେ, ଗତକାଲି ରାତିରେ ଏସିଏଫ ଆଶିଷ କହଁର,ଜଣେ ଫରେଷ୍ଟ ଓ ଚାରିଜଣ ଜଗୁଆଳିଙ୍କୁ ଧରି ବଘିଆପଡା ସେକସନରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଲିଆପାଲି ଛକ ନିକଟରେ କିଛି ଦୁବୃର୍ତ ବନ୍ଧୁକ ଧରି ସେମାନଙ୍କ ଗାଡିକୁ ଅଟକାଇ ଥିଲେ । ଗାଡି ନ ରଖି ସେଠାରୁ ପଳାଉ ଥିବା ଦେଖି ଦୁବୃର୍ତମାନେ ଗାଡି ପଛ ପଟକୁ ଗୁଳିଚାଳନା କରିଥିଲେ । ଫଳରେ ଗାଡିର ପଛରେ ବସିଥିବା ଜଗୁଆଳି ନିଳାଂଚଳ ପ୍ରଧାନଙ୍କ ହାତ ଓ ଛାତିରେ ଓ ନବ କିଶୋର ସାହୁଙ୍କ ପିଠିରେ ଗୁଳି ବାଜିଥିଲା । ଦୁର୍ବତମାନେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡିର ପିଛା କରିଥିଲେ । ବନ ବିଭାଗର ଗାଡି ବାଉଁଶୁଣୀ ଦେଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ପଂହଚି ଥିଲା । ଖବର ପାଇ ଡିଏଫଓ ଦେବପ୍ରିିୟ କମ୍ପ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ । ଅନ୍ୟପକ୍ଷରେ ଘଟଣା ସ୍ଥଳରୁ ଫାଇରିଙ୍ଗ ହୋଇଥିବା ଗୁଳି ଜବତ କରାଯାଇଛି । ତେବେ ନିଳାଚଳ ର ଅବସ୍ଥା ଗୁରୁତର ରହିଥିବାରୁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ବନବିଭାଗ ଗାଡି ଉପରକୁ ଗୁଳିମାଡ ହୋଇଥିବା ଖଲିଆପାଲି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ । ବନବିଭାଗର ପେଟ୍ରୋଲିଂ ଗାଡ଼ି ଉପରକୁ କିଏ ମାରିଲା ଗୁଳି, ଏଥିରେ ମାଫିଆଙ୍କ ହାତ ନା ଅନ୍ୟ କାହାରି ରହିଛି ସମ୍ପୃକ୍ତି ? ବଢ଼ିବାରେ ଲାଗିଛି ଗୁଳିକାଣ୍ଡର ସସ୍ପେନସ l ଗୁଳିକାଣ୍ଡ ଘଟଣା ଜିଲ୍ଲା ସାରା ହଇଚଇ ସୃଷ୍ଟି କରିଥିବା ବେଳେ ପୋଲିସ ଓ ବନବିଭାଗ ଆଶ୍ଚର୍ଯ୍ୟ ଭାବରେ ନିରବ ରହିଛନ୍ତି ।