
ବଲାଙ୍ଗିର ,ରାଜ୍ୟରେ ସଡକ ପଥରେ ଦୁର୍ଘଟଣା ମୃତ୍ୟୁ ହାର କମାଇବା କୁ ଓଡିଶା ପରିବହନ ବିଭାଗ ଜିଲ୍ଲା ପୁଲିସ ସହ ଯୋଗରେ ପ୍ରତି ଥାନା ରେ ଶୂନ୍ୟ ମୃତ୍ୟୁ ସପ୍ତାହ ଏପ୍ରିଲ ଏକ ରୁ ସାତ ତାରିଖ ପର୍ଯ୍ଯନ୍ତ ପାଳନ କରାଯିବ I ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଯାନବାହାନ ସୁରକ୍ଷିତ ଚଳାଚଳ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ. ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟ ରେ ଗାଡ଼ି ଚାଳନା ଇତ୍ୟାଦି ସଡକ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲାଙ୍ଗିର ସଡକ ପରିବହନ ଅଧିକାରୀ ରାଜେଶ କୁମାର ମରାଣ୍ଡି ସୂଚନା ଦେଇଛନ୍ତି I ଏହି ମାର୍ଚ 23 ରୁ 25 ତାରିଖ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ସମୟରେ ବଲାଙ୍ଗିର ଜିଲ୍ଲାରେ 23 ଟି ମଦ୍ୟପାନ କରି ଗାଡ଼ି ଚାଳନା, ବିନା ହେଲମେଟ ଚାଳନାରେ 54 ଚାଲାଣ କାଟିବା ସହିତ 15 ଟି ଦୁଇଚକିଆ ଗାଡ଼ି କୁ ଯବତ କରାଯାଇଛି I