
ଚମ୍ପୁଆ, ଚମ୍ପୁଆ ଏନଏସି ପକ୍ଷରୁ ଆଜି ଚମ୍ପୁଆ ମୂଖ୍ୟଳୟ ଠାରେ ଥିବା ସାହେବ ବନ୍ଧ ର ପୁନଃରୁଦ୍ଧାର ପାଇଁ ଡ୍ରୋନ ସାହାଯ୍ୟରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ବନ୍ଧ ର ପୁନଃରୁଦ୍ଧାର ସହିତ ବନ୍ଧ ର ଚତୁର୍ପାର୍ଶ ସୌନ୍ଦର୍ଯ୍ୟ କରଣ କରାଯାଇ ବନ୍ଧ ର ନବକଳେବର ପାଇଁ ଯୋଜନା ରହିଥିବାବେଳେ ମୁକ୍ତା ଯୋଜନାରେ ଏହାର ପରିସର ଜବର ଦଖଲ ମୁକ୍ତ କରାଯିବା ସହ ଏହାକୁ ଆକାର୍ଷଣୀୟ କରିବାକୁ ଯୋଜନା କରାଯାଇଥିବା ଜଣା ପଡିଛି l ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିଥିବା ଏହି ବନ୍ଧ ର ଚତୁର୍ପାଶ୍ୱ ଲଟାବୁଦା ରେ ଭର୍ତ୍ତି ହୋଇ ଏହାର ପାଣି ଦୂଷିତ ହୋଇ ସାରିଥିଲା। ଚମ୍ପୁଆ ବଜାର ର ଆବର୍ଜନା ବର୍ଷାରେ ଭାସି ଆସି ଏହି ବନ୍ଧ ରେ ଜମା ହୋଇ ରହୁଥିଲା l ତେବେ ବଜାର ର ଅଧିକାଂଶ ଲୋକ ବିଭିନ୍ନ କାର୍ଯ୍ୟରେ ଏହି ବନ୍ଧକୁ ବ୍ୟବହାର କରୁଥିବାରୁ ଏହାର ପୁନରୁଦ୍ଧାର ପାଇଁ ଏନଏସି ତରଫରୁ ଯୋଜନା କରାଯାଇଥିବା ବେଳେ ଆଜି ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଧାକର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଏହି ସାହେବ ବନ୍ଧର ପୁନଃରୁଦ୍ଧାର ପାଇଁ ଶୁଭ ପଡିବା ସହିତ ଡ୍ରୋନ ସାହାଯ୍ୟରେ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣା ପଡିଛି l