କନ୍ଧମାଳ ,ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ କନ୍ଧମାଳ ର ପ୍ରଥମ ବୈଠକ, ଅଧ୍ୟକ୍ଷ ରଦନ ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ମଲ୍ଲିକ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ ଉଦେଶ୍ୟ ସମ୍ପର୍କରେ ବୁଝାଇ ଥିଲେ। ଉକ୍ତ ବୈଠରେ କନ୍ଧମାଳ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିଶି ଈଶ୍ୱର ପାଟିଲ ଯୋଗ ଦେଇ ଚଳିତ ଆର୍ଥିକ ବର୍ଷରେ କଣ କଣ କାର୍ଯ୍ୟକ୍ରମ ହାତକୁ ନିଆ ଯିବ ତାହା ଉପରେ ଆଲୋଚନା କରିଥିଲେ. ଯୋଜନା ର ସବିଶେଷ ବିବରଣୀ ଆଟିଡିଏ ର ପ୍ରକଳ୍ପ ପ୍ରଶାସକ ତଥା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ନୋଡାଲ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥାପନା କରି ସାଂସ୍କୃତିକ ଗୃହ, ଜନଜାତି ହାଟ, ଦେବସ୍ଥଳୀ ର ବିକାଶ, ଜିଲ୍ଲା ଜନଜାତି ସଂଗ୍ରାଳୟ ପ୍ରତିଷ୍ଠା, ଜିଲ୍ଲା ର ଖେଳ କୁଦର ବିକାଶ, ଦକ୍ଷତା ବିକାଶ ତାଲିମ, ପ୍ରତ୍ୟେକ ବ୍ଲକ ରେ ସ୍ୱତନ୍ତ୍ର ସ୍ବେଛାସେବୀ ନିଯୁକ୍ତି। ଅନେକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଥିଲେ। ସେହିଭଳି ବାଲିଗୁଡା ଆଟିଡିଏ ର ପ୍ରକଳ୍ପ ପ୍ରଶାସକ ଜିଲ୍ଲା ର ସମସ୍ତ ୧୨ ଟି ବ୍ଲକ ରୁ ଆସିଥିବା ବ୍ଲକ ମଙ୍ଗଳ ସଂପ୍ରସାର ଅଧିକାରୀ, ସମସ୍ତ କାଉନସିଲ ମେମ୍ବର ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ। ଶେଷରେ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ର ଉପାଦକ୍ଷା ଶ୍ରୀମତୀ ନଳିନୀ କଂହର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆଟିଡିଏ ର ବଳଭଦ୍ର ଯାନୀ, ସତ୍ୟ ପ୍ରଧାନ, କୈଳାଶ ସାହୁ, ଦିବ୍ୟ ପଟ୍ଟନାୟକ। ବୈଦ୍ୟନାଥ ଖଟୁଆ ପରିଚାଳନା ରେ ସହଯୋଗ କରିଥିଲେ।
Related Stories
November 22, 2024