ମାଲକାନଗିରି, ମାଲକାନଗିରି ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟ ସହକାରୀ ଦୌରାଜର୍ଜ ଅରୂପ କୁମାର ନାୟକ ମୁଦୁଲିପଡ଼ା ଥାନା ଅଞ୍ଚଳରେ ୨0୨ ୨ ମସିହା ରେ ବଣ୍ଡା ବ୍ୟକ୍ତି ଧନୁ ତୀରରେ ନିଜ ଭାଇ ବୋହୁ ଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ଅଭିଯୁକ୍ତ ଦେଢଶୁର କୁ ୧ ବର୍ଷ ୬ ମାସ ର ଜେଲଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅଣଦେୟ ହେଲେ ଆଉ ୧ ମାସ ଦଣ୍ଡଭୋଗିବାକୁ ପଡିବ ବୋଲି ରାୟ ଶୁଣାଇଛନ୍ତି!ସୂଚନା ଅନୁଯାୟୀ ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡା ଘାଟି ଅଣ୍ଡରା ହାଲ ଗ୍ରାମର ସମ୍ବାରି ଶିସା ଙ୍କ ଦେଢଶୁର ସନିଆ ଶିସା ଭାଇ ର ମୃତ୍ୟୁ ପରେ ନିଜ ବିଧବା ଭାଇ ବୋହୁ କୁ ବାହା ହେବାପାଇଁ ବାରମ୍ବାର କହିଆସୁଥଲା!ହେଲେ ସେ ରାଜି ନହେବାରୁ ସମ୍ବାରି କୁ ଜୀବନରେ ମାରିଦେବା ପାଇଁ ଗତ ୨ ୧/୨ /୨ ୨ ତାରିଖ ରାତ୍ରରେ ସମ୍ବାରି ଘର ବାରଣ୍ଡାରେ ଏ କୁଟିଆ ଶୋଇଥିବା ଦେଖି ଦେଢଶୁର ସନିଆ ସେଠାକୁ ଯାଇ ଧନୁ ତୀରରେ ତାର ଛାତିକୁ ମାରିବାକୁ ଚେଷ୍ଟା କରିଥିଲା ହେଲେ ତୀର ଛାତିରେ ବାଜିବା ପରିବର୍ତ୍ତେ ଜଙ୍ଘ ରେ ବାଜିଥିଲା ଚିତ୍କାର ଶୁଣି ସମ୍ବାରି ଙ୍କ ଝିଅ ସଞ୍ଜୁ ଶିସା ବାହାରକୁ ଧାଇଁ ଆସିବାରୁ ସନିଆ ସେଠାରୁ ଯିବା ପରିବର୍ତ୍ତେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା!ସମ୍ବାରି ଙ୍କ ଝିଅ ସଞ୍ଜୁ ଏ ସମ୍ପର୍କରେ ମୁଦୁଲିପଡ଼ା ଥାନାରେ ୨ ୨ /୨ /୨ ୨ ତାରିଖରେ ଏତଲା ଦେବାପରେ ମୁଦୁଲିପଡ଼ା ଥାନା କେସ ସଂଖ୍ୟା ୧ ୭ /୨ ୨ ରେ ଆଇଆଇସି ହିମାଂଶୁ ଶେଖର ବାରିକ ଘଟଣାର ତଦନ୍ତ କରି 324/326/506/307ଆଇପିସି ଧାରାରେ ଅଭିଯୁକ୍ତ ଦେଢଶୁର କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ!ପୋଲିସ ପକ୍ଷରୁ ୧ ୨ ଜଣ ସାକ୍ଷୀ ପ୍ରଦାନ କରାଯାଇଥିବାବେଳେ ଅତିରିକ୍ତ ସର କାରୀ ଓକିଲ ରବିନାରାୟଣ ପାତ୍ର ୯ ଜଣ ସାକ୍ଷୀଙ୍କ ବୟାନ ରେକଡିଂ କରିଥିଲେ!ସାକ୍ଷୀ ଙ୍କ ବୟାନ କୁ ଆଧାର କରି ଫାଷ୍ଟଟ୍ରାକ କୋର୍ଟ ର ସହକାରୀ ଦୌର ଜର୍ଜ ଅରୂପ ନାୟକ 324ଆଇପିସି ରେ ଅଭିଯୁକ୍ତ ସନିଆ କୁ ୧ ବର୍ଷ ୬ ମାସ, ୧ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ୧ ମାସ ଅଧିକ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି!
Related Stories
November 22, 2024