ଘଟଗାଁ, କେନ୍ଦୁଝର ଜିଲ୍ଲା ସଦର ଉପଖଣ୍ଡ ଅନ୍ତର୍ଗତ ଆଦିବାସୀ ବହୁଳ ଘଟଗାଁ ବ୍ଲକର ୨୭ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଜମି ଚିହ୍ନଟ ବିକ୍ରି ଓ ଖରିଦ କରିବା ସହିତ ପଟ୍ଟା ପ୍ରଦାନ, ବାସିନ୍ଦା, ଆୟ, ଜାତିଗତ ପ୍ରମାଣ ପତ୍ର ଏବଂ ଦୈବୀ ଦୁର୍ଘଟଣା, ଦୁର୍ବିପାକ, କ୍ଷୟକ୍ଷତି ଆଦି ସାହାଯ୍ୟ ଯୋଗାଇ ଦେବାକୁ ୧୯୮୪ ମସିହାରେ ଘଟଗାଁ ତହସିଲ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । କିନ୍ତୁ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ନେଇ ବ୍ୟାପକ ଦୁର୍ନୀତି, ଅନିୟମିତତା ସହିତ ପ୍ରିୟା ପ୍ରୀତି ସହ କାର୍ଯ୍ୟ ପାଇଁ ଅର୍ଥ ଆଦାୟ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅନୁସନ୍ଧାନ କ୍ରମେ ଜଣାଯାଏ ଯେ ତହସିଲ କାର୍ଯ୍ୟାଳୟର ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ଜଣେ ଜଣେ କର୍ମଚାରୀ ଦୁଇ ତିନୋଟି ଦାୟିତ୍ୱ ବହନ କରୁଛନ୍ତି । ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ହିତାଧିକାରୀ ନିଜ ନିଜର କାର୍ଯ୍ୟ ପାଇଁ ବାରମ୍ବାର ଦୌଡ଼ିବାକୁ ପଡିଥାଏ । ପରିଶେଷରେ କେତେକ ଅସାଧୁ କର୍ମଚାରୀମାନେ ହିତାଧିକାରୀଙ୍କ ସହିତ ଡି଼ଲ୍ କରି ପାଟେସନ୍, ଜମିପଟ୍ଟା ପ୍ରଦାନ, ଜମି ଚିହ୍ନଟ ଓ ଡେଥ୍ କେଶ, ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ କରାଯାଉଛି । ଯାହାଦ୍ୱାରା ଗରୀବ ଲୋକେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
Related Stories
November 22, 2024