ରାଉରକେଲା, ରାଉରକେଲା ପୁଲିସ ଜିଲ୍ଲା ଅର୍ନ୍ତଗତ କୋଇଡାର ବିଡିଓ ପଲ୍ଲବୀ ରାଜ ନିଜ ପିତାଙ୍କ ବିରୋଧରେ କୋଇଡା ଥାନାରେ ଏତଲା ଦେବାରୁ କୋଇଡା ପୁଲିସି ତାଙ୍କ ପିତା ରମେଶ ଚନ୍ଦ୍ର ରାଜଙ୍କୁ ଅଟକ ରଖିଛି । ଏହି ମାମଲାରେ ବିଡିଓଙ୍କ ଭାଇ ସଂଗ୍ରାମ ରାଜ ଫେରାର ଥିବା ଜଣାପଡିଥିଲା ବେଳେ ଘଟଣା ଭିତରେ ଥିବା ବ୍ଲକର ଜୁନିଅର ଇଂଜିନିୟର ଅଭିଶେକ ପାଣିଗ୍ରାହୀଙ୍କ ଭୁମିକାକୁ ନେଇ କୋଇଡା ଅଂଚଳରେ ନାନା ଆଲୋଚନା ଚାଲିବା ସହ ଅନେକ ପ୍ରଶ୍ନ ଉଠିଛି । ଥାନାର ଏତଲା ଅନୁସାରେ ଗତକାଲି ରାତିରେ ବିଡିଓଙ୍କର ଉଭୟ ବାପ ଭାଇ କୁଆଡେ ତାଙ୍କୁ ଟଙ୍କା ମାଗିଲେ ଓ ଭାଇଙ୍କର ବିଲ ପାସ୍ ଲାଗି କହିଲେ ,ସେଥିରେ ଯୁକ୍ତି ହେବାରୁ ବାପା ତାଙ୍କୁ ବାଡେଇଥିଲେ । ସେ ନିଜର ସୁରକ୍ଷା ଲାଗି କୁଆଡେ ପାଖରେ ଥିବା ଜୁନିଅର ଇଂଜିନିୟର ପାଣିଗ୍ରାହୀଙ୍କର ସହଯୋଗ ନେବାରୁ ସେ କୁଆଡେ ମାଡର ଶିକାର ହୋଇଥିବା ଜଣାପଡିଛିି । ଏହି ଘଟଣାକୁ ନେଇ ବିଡିଓ ପଲ୍ଲବୀ କୋଇଡା ଥାନାରେ ଏତଲା ଦେବାରୁ ପୁଲିସ ତାଙ୍କ ବାପା ରମେଶ ରାଜଙ୍କୁଅଟକ ରଖିିଛି ଓ ଭାଇ ଫେରାର ହୋଇ ଯାଇଛି ।ଏହି ମାମଲାରେ ଜେ ଇ ମାଡ ଖାଇଥିଲେ ବି ଏତଲା ଦେଇ ନଥିବା ପଡିଛି । ଯଦି କଥା ଏଇଆ ଏବେ ପ୍ରଶ୍ନ ଉଠୁଛି ,ବିଡିଓ ଙ୍କର ବାପ ଭାଇ ସହ ଭଲ ସଂପର୍କ ଥିଲା, ତାଙ୍କ ମା ମଧ୍ୟ ତାଙ୍କ ପାଖରେ ଥିଲେ ,ଆଜିକାଲି ସେ ଭୁବନେଶ୍ୱରରେ ରହୁଥିବା କୁହାଯାଉଛି, ଭାଇର ଠିକାଦାରୀରେ ମଧ୍ୟ କୁଆଡେ ବିଡିଓ ସହ ଯୋଗ କରୁଥିବା କୁହାଯାଉଥିଲା, ଏତେ ସବୁ ସଂପର୍କ ପରେ ଏହି ସାଧାରଣ କଥା ଲାଗି ବାପ ଭାଇ ମିଶି ରାତି ୧୦ଟା ପରେ ବିଡିଓ ଙ୍କ ଘରେ ବାଡା ପିଟା କଲେ ,ମାଡାମ ବିଡିଓ ପୁଲିସି କିମ୍ବା ତାଙ୍କ ସ୍ୱାମୀଙ୍କର ସହଯୋଗ ନନେଇ ପାଖରେ ଥିବା ପାଣିଗ୍ରାହୀଙ୍କର କାହିଁକି ସହଯୋଗ ନେଲେ ବୋଲି ପ୍ରଶ୍ନ ହେଉଛି ଓ ବିଡିଓ କରିଥିବା ଅଭିଯୋଗ ସାଧାରଣରେ ଗ୍ରହଣୀୟ ହେଉନାହିାଁ ଏନେଇ ବିଡିଓ ଙ୍କ ବାପାଙ୍କୁ ପୁଲିସି ପଚରା ଉଚରା କରିବା ବେଳେ ସେ କୁଆଡେ କହିଚନ୍ତି ଝିଅ ଯାହା କହୁଛି ସେହି ଅନୁସାରେ ମାମଲା କର , ମୁଁ ଆଉ ପରିବାର ବିଷୟରେ କଣ କହିବି ?
ପୁରା ଘଟଣାକୁ ନେଇ କୋଇଡା ଠାରୁ ରାଉରକେଲା ଯାଏ ନାନା କଥା ଆଲୋଚନା ହେଉଥିବା ବେଳେ ଜୁନିୟର ଇଁଜିନିୟର ବାବୁ ସେତେବେଳେ କେଉଁଠି ଥିଲେ କଣ କରୁଥିଲେ, ବିଡିଓ ତାଙ୍କୁ କେମିତି କେତେ ବେଳେ ଡାକିଲେ ସେ ନେଇ ନାନା ପ୍ରଶ୍ନ ଉଠିଛି । ତେବେ ବିଡିଓ ପଲ୍ଲବୀ ରାଜ କୋଇଡାରେ ୩ ବର୍ଷରୁ ଅଧିକ ସମୟ ରହିଥିବା ବେଳେ ତାଙ୍କୁ ନେଇ ସେ ଅଁଚଳର ବିଧାୟକ ନାନା ପ୍ରଶ୍ନ ଉଠାଇବା ସହ କଥା ବିଧାନ ସଭାରୁ କୋଇଡା ଯାଏ ହୋ ହଲ୍ଲା କରିଥିଲେ, କୋଇଡା ବନ୍ଦ ମଧ୍ୟ ହୋଇଥିଲା ,ତାଙ୍କ ବଦଳି ଦାବି ମଧ୍ୟ ହୋଇସାରିଛି ।କିନ୍ତୁ ସରକାର ଏଯାଏ ନିରବ ରହିଥିବା ବେଳେ ଆଜି ସକାଳୁ ବିଡିଓ ଙ୍କୁ ନେଇ ନୁଆ ଅଧ୍ୟାୟ ଆରମ୍ଭ ହୋଇଛି । ତେବେ ଘଟଣା ଯାହା ବି ଘଟିଛି ଉଭୟ ବାପ ,ପୁଅ ,ଝିଅ ଓ ଇଁଜିନିୟର ବାବୁ ନିଶ୍ଚୟ ସବୁ ଜାଣିଛନ୍ତି,କୋଇଡାରେ ଥିବା ଆଲୋଚନା ଏହି ଘଟଣାକୁ ଅଧିକ ଖୋରାକ ଯୋଗାଇଛି । ଏନେଇ କୋଇଡା ପୁଲିସି ଓ ପିଡିତା ବିଡିଓ ,ଜେ ଇ ଙ୍କୁ ଯୋଗା ଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ମିଳିନାହିଁ ।ଘଟଣା ସଂପର୍କ କୋଇଡା ପୁଲିସି ଦଫା ୩୪୧,୩୦୭,୩୫୪,୫୦୬ରେମାମାଲା ରୁଜୁ କରି ତଦନ୍ତ ଚଳାଇଛି ।