ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣିମୁଣ୍ଡା ପାୟତର କୋଟାମାଲ ଗ୍ରାମର ତଥା ଖଡିଆଳ ଲୋକଦୃଷ୍ଟି କଲେଜର ବିଏସି ୨ୟ ବର୍ଷ ଛାତ୍ର ଲଛମନ ଦୁଣ୍ଡି ମହିଳାଙ୍କ ଆମôସୁରକ୍ଷା ପାଇଁ ଏକ ସୁରକ୍ଷା ଯନ୍ର ଜ୍ୟାକେଟ ଉଦ୍ଭାବନ କରିଥିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏନେଇ ସେ କଲେଜ ପରିସର ମଧ୍ୟରେ ଅନୁଷ୍ଠିତ ସ୍ବର୍ଗତ ଦେବଦାସ ଠାକୁର ସ୍ମୃତି ସମାରୋହ ଓ ସମ୍ବଦ୍ର୍ଧନା ଉସôବରେ ମହିଳା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖô ମହିଳାଙ୍କ ଆମô ସୁରକ୍ଷା ରିମୋଟ ଯନ୍ର ପ୍ରଦର୍ଶନ କରି ଦେଖାଇଥିଲେ । ଶ୍ରୀଦୁଣ୍ଡି ଗୋଟିଏ ଛୋଟ ଟ୍ରାନ୍ସଫର୍ମର, ଛୋଟ ଟ୍ରାଞ୍ଜିଷ୍ଟର, ମସପ୍ୟାଡ, ଡିସିରୁ ଏସିକୁ ସଂେଯାଗ ଯନ୍ର, ଏକ ବ୍ୟାଟେରୀ, କିଛି ବିଦୁ୍ୟତ ତାର ସହିତ ଗୋଟିଏ ରିମୋଟ ସହାୟତାରେ ଏହି ଯନ୍ର ଉଦ୍ଭାବନ କରିଥିବା ପ୍ରକାଶ କରିଛନ୍ତି ା ଜଣେ ମହିଳା ଏହି ଯନ୍ର ଦେହରେ ପିନ୍ଧି ରଖôଥିଲେ ଜଣେ ପୁରୁଷ ବ୍ୟକ୍ତି ଛୁଇଁଲେ କିମ୍ବା ଅନ୍ୟ କୌଣସି ଖରାପ କାର୍ଯ୍ୟ କରିବାକୁ ଚେଷ୍ଟା କରେ, ତେବେ ଯନ୍ର ଜ୍ୟାକେଟ ପିନ୍ଧିଥିବା ମହିଳା ତାର ରିମୋଟକୁ ଚିପିଲେ ଏହି ଯନ୍ର କାର୍ଯ୍ୟ କରି ୨୨୦ ଭୋଲଟ ବିଦୁ୍ୟତ ବାହାରି ପୁରୁଷଙ୍କୁ ବଡ ଝଟକା ଦେବ, ଯାହାଫଳରେ ପୁରୁଷ ଜଣକ ଡରି ଯିବ ଏବଂ ମହିଳା ଜଣକ ସୁରକ୍ଷିତ ରହିପାରିବ ବୋଲି ପ୍ରକାଶ କରିଥିଲେ । ଏନେଇ ସେ ଜଣେ ମହିଳାଙ୍କ ଦେହରେ ଯନ୍ର ଜ୍ୟାକେଟ ଲଗାଇ ପ୍ରଦର୍ଶନ ମଧ୍ୟ କରାଇଥିଲେ । ଏହାପୂର୍ବରୁ ମଧ୍ୟ ଶ୍ରୀଡୁଣ୍ଡି ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କାକୁ ନେଇ ବିଦୁ୍ୟତ ଉଦ୍ଭାବନ କରିଥିବା ସୂଚନା ମିଳିଛି ।