
ଭୁବନେଶ୍ୱର, ବିଜେଡି ସରକାର ମହାନଦୀ ପ୍ରସଙ୍ଗକୁ ନେଇ ଆଦୌ ଗମ୍ଭୀର ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।
ଶ୍ରୀ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ ଦୁଇଟି ଗୃହ କମିଟି ଗଠନ କରାଯାଇଥିଲା । ବିରୋଧୀ ଦଳର ନେତା ମଧ୍ୟ ଏହାକୁ କହିଛନ୍ତି । ଗୋଟିଏ କମିଟିର ଅଧ୍ୟକ୍ଷ ବାଚସ୍ପତି ଥିଲା ବେଳେ ଅନ୍ୟ ଗୋଟିଏ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଗୋଟିଏ ହେଲେ କମିଟିର ଗୋଟିଏ ହେଲେ ବୈଠକ ଅନୁଷ୍ଠିତ ହୋଇ ନାହିଁ। ଏଥିରୁ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗକୁ ନେଇ କେତେ ଗମ୍ଭୀର ତାହା ସ୍ପଷ୍ଟ ହୋଇଯାଉଛି ବୋଲି ସେ କହିଛନ୍ତି ।
ସେ ଆଶା ପ୍ରକାଶ କରିଛନ୍ତି ଯେ ବ୍ୟୟମଂଜୁରୀ ବିଲ ପାରିତ ହେବା ପରେ ମହାନଦୀ ପ୍ରସଙ୍ଗକୁ ନେଇ ମୋସନ ଜରିଆରେ ଆଲୋଚନା ପାଇଁ ସେ ଯେଉଁ ନୋଟିସ ଦେଇଛନ୍ତି ତାହାକୁ ସ୍ୱୀକାର କରାଯିବ ।