
ଭୁବନେଶ୍ୱର, ଗୃହ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ ଆଗାମୀ 3 ଏପ୍ରିଲ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯିବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଗୃହ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯଦି ଗୃହ କାର୍ଯ୍ୟରେ ଅଂଶଗ୍ରହଣ ନ କରି ବିଦେଶ ଗସ୍ତରେ ଯିବେ ତେବେ କିପରି ହେବ । ଏହା ଦ୍ୱାରା ବିଧାନସଭାର କଣ ଗୁରୁତ୍ୱ ରହିବ । ଗୃହ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ରହିବା ଉଚିତ । ଗୃହ ସ୍ଥଗିତ ହୋଇ ସାରିବା ପରେ ବିଦେଶ ଗସ୍ତରେ ଗଲେ କାହାର କିଛି କହିବାର ନାହିଁ ବୋଲି ସେ କହିଛନ୍ତି ।