
ଭୁବନେଶ୍ୱର, ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରକାରୀ ଆଇଟିଆଇ ଓ ପଲିଟେକନିକ ଖୋଲିବାକୁ ଆଜି ବିଧାନସଭାରେ ଦାବି ହୋଇଛି । ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ବେଳେ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ ଅଶଂଗ୍ରହଣ କରି ଅନେକ ବିଧାୟକ ସେମାନଙ୍କ ଅଂଚଳରେ ସରକାରୀ ଆଇଟିଆଇ ଓ ପଲିଟେକନିକ ଖୋଲିବାକୁ ଦାବି କରିଛନ୍ତି ।
ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟର ସମସ୍ତ 147ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରକାରୀ ଆଇଟିଆଇ ଓ ପଲିଟେକନିକ ଖୋଲିବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତି ନେବା ଉଚିତ ।