
ଭୁବନେଶ୍ଵର, ପଶ୍ଚିମଝଡ଼ ପ୍ରଭାବରେ ଆଗାମୀ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଏନେଇ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ୨୮ ଓ ୨୯ ତାରିଖରେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଛି । ସେହିପରି ୩୦ ତାରିଖରେ ବିଜୁଳି ଘଡଘଡି ସହ ଝଡି-ପବନ ଘଂଟା ପ୍ରତି ୩୦ ରୁ ୪୦ କି.ମି. ବେଗରେ ବହିବ ।
୩୧ ମାର୍ଚ୍ଚରେ ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ଝଡି-ପବନ ଘଂଟା ପ୍ରତି ୪୦ ରୁ ୫୦ କି.ମି. ଏବଂ ଭାରି ବର୍ଷା (୭ ରୁ ୧୧ ସେ.ମି.) ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ଏଥିସହିତ ୧ ଅପ୍ରେଲରେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।