
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗଜପତି ଜିଲ୍ଲାର କାଶୀନଗରରେ ସର୍ବାଧିକ ୬୯.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଜପତି ଜିଲ୍ଲାର ଗୋସାଣିରେ ୪୨.୦ ମି.ମି. ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୩୮.୮, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ୩୪.୦, ଗଜପତି ଜିଲ୍ଲାର ଗୁମ୍ମାରେ ୨୯.୦, ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟରେ ୨୪.୪, ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୨୩.୨, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଂଟି ୨୦.୦, ରାୟଗଡ଼ା ଜିଲ୍ଲାର ଆର. ଗୁଡା ୨୦.୦, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୧୮.୦, ନବରଙ୍ଗପୁରରେ ୧୮.୦ ମି.ମି. ଏବଂ ଭୁବନେଶ୍ଵରରେ ସର୍ବନିମ୍ନ ୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।