
ପୁରୀ, ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ନିକଟରେ ମହାପ୍ରଭୁଙ୍କ ସମ୍ପତିରେ ରହିଥିବା ଶ୍ରୀକୃଷ୍ଣ ସିନେମା ହଲ୍ ର ଉଚ୍ଛେଦ କାର୍ଯ୍ୟ ମଙ୍ଗଳବାର ଦ୍ଵିତୀୟ ଦିନରେ ପହଂଚିଛି । ଏହି ସିନେମା ହଲ୍ ଟି ଶ୍ରୀଜଗନ୍ନାଥଙ୍କ ମାର୍ଫତରେ ରହିଥିଲା । ସୌନ୍ଦର୍ଯ୍ୟକରଣ ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ପାଇଁ ଅଧିକ ଜାଗା ଆବଶ୍ୟକ ହେବାରୁ ଏହି ସିନେମା ହଲ୍ କୁ ଉଚ୍ଛେଦ କରାଯାଉଛି । ଏଥିରେ ସିନେମା ହଲ୍ ନିର୍ମାଣ କରିଥିବା ଦଖଲଦାର ପ୍ରଜାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ଭଙ୍ଗା କାର୍ଯ୍ୟ ଜାରୀ ରହିଥିବା ନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ଏହି ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ବ୍ୟବହାର କରାଯାଇଛି । ତଦାରଖ ଦାୟୀତ୍ଵରେ ଜଣେ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସୁରକ୍ଷା ଦାୟୀତ୍ଵରେ ୨୦ ରୁ ଉର୍ଦ୍ଧ୍ଵ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି ।