
ଭୁବନେଶ୍ୱର,ମୋ ବସରୁ ପୁଣି ଥରେ ଲୁଟ୍ ଲୁଟ୍ ଅଭିଯୋଗ ଆସିଛି । ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଲୁଟର ଶୀକାର ହୋଇଛନ୍ତି ବାଙ୍କୀ ଅଂଚଳର ରାଜକିଶୋର ଜେନା । ବାହାଘର ପାଇଁ ଲୁଗାପଟା କିଣିବାକୁ ଭୁବନେଶ୍ୱର ଆସିବା ବେଳେ ରାଜକିଶୋର ଲୁଟର ଶୀକାର ହୋଇଛନ୍ତି । ସୂଚନା ଅନୁଯାୟୀ ବାଙ୍କୀ ଥାନା ବିଲୁପଡାର ରାଜକିଶୋର ଜେନା ସପରିବାର ଭୁବନେଶ୍ୱର ଆସିବା ପାଇଁ ତ୍ରିଶୂଳିଆରୁ ୧୮ ନମ୍ବର ବସରେ ବସିଥିଲେ । ଚନ୍ଦ୍ରଶେଖରପୁର ଅଂଚଳରେ ତାଙ୍କର ୫୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ରାଜକିଶୋର ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର ଦାଖଲ କରିଛନ୍ତି । ପୂର୍ବରୁ ମଧ୍ୟ ବହୁ ବାର ମୋ ବସ୍ ରୁ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ ର ଅଭିଯୋଗ ରିହିଛି ।