
ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଆଜି ସେ ସର୍ବ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ କୋଲକାତା ସ୍ଥିତ ନେତାଜୀ ଭବନ ଯିବେ । ଏହା ପରେ ସେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ତାଙ୍କର ଘରକୁ ଯିବେ । ସଂଧ୍ୟା ବେଳେ ସେ ତାଙ୍କ ସମ୍ମାନରେ ଅନୁଷ୍ଠିତ ହେବାକୁ ଥିବା ନାଗରିକ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହେବେ ।
ମଙ୍ଗଳବାର ଦିନ ରାଷ୍ଟ୍ରପତି ବେଲୁଡ ମଠ ଯିବେ । କୋଲକାତାରେ ୟୁକୋ ବ୍ୟାଙ୍କର 80 ବର୍ଷ ପୂର୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ ସେ ଶାନ୍ତିନିକେତନ ଯାଇ ସେଠାରେ ବାର୍ଷିକ ଦୀକ୍ଷାନ୍ତ ସମାରୋହରେ ଭାଗ ନେବେ ।