ଭୁବନେଶ୍ୱର, ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ 30 ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଏହି ତାଲିକାରେ 9 ଜଣ ମନ୍ତ୍ରୀ ରହିଥିବା ବେଳେ ଅନେକ ବିଧାୟକ ମାନଙ୍କ ମଧ୍ୟ ନାମ ରହିଛି ।
ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଚାରୋଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି ।
ସେହିପରି ଗଜପତି ଓ ରାୟଗଡ଼ା ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି । ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ବର ଦାୟିତ୍ବ ପ୍ରଦାନ କରାଯାଇଛି ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର ଦାୟିତ୍ୱ ମିଲିଛି । ସୁଧିର ସାମଲଙ୍କୁ ବଲାଙ୍ଗୀର ପାଇଁ, ପ୍ରତାପ ଜେନାଙ୍କୁ ଭଦ୍ରକ. ଅମରେଶ ଜେନାଙ୍କୁ ଦେବଗଡ, ଅରୁଣ ସାହୁଙ୍କୁ ଜଗତସିଂହପୁର ବିଜୟ ନାୟକଙ୍କୁ କନ୍ଧମାଳ , ରବୀନ୍ଦ୍ର ଜେନାଙ୍କୁ ଖୋର୍ଦ୍ଧା , ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ-ମାଲକାନାଗିରି, ଇଶ୍ୱର ପାଣିଗ୍ରାହୀଙ୍କୁ ନବରଙ୍ଗପୁର ଓ ପଦ୍ମନାଭ ବେହେରାଙ୍କୁ ନୟାଗଡ଼ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ସ୍ନେହାଙ୍ଗୀନୀ ଛୁରିଆଙ୍କୁ ନୂଆପଡ଼ା, ପ୍ରଣବ ବଳବନ୍ତରାୟଙ୍କୁ କଳାହାଣ୍ଡି. ପ୍ରଦୀପ ଅମାତଙ୍କୁ ଗଞ୍ଜାମ ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା , ପ୍ରଶାନ୍ତ ମୁଦୁଲୀଙ୍କୁ ମୟୁରଭଂଜ ଦାୟିତ୍ୱ ଦିଆଯାଇଛି । ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।