ଭୁବନେଶ୍ୱର, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ସାରା ଦେଶରେ ସଂକ୍ରମଣ ବଢ଼ୁଛି । ଗତ କାଲି ୧୮୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ତେଲେଙ୍ଗାନାରେ ଅଧିକ କେସ୍ ରହିଛି ।
ଆମ ରାଜ୍ୟରେ ୨୪ ଘଣ୍ଟାରେ ୧୧ ନୂଆ ପଜିଟିଭ୍ ଆସିଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା 87 ରହିଛି ।
ସେ କହିଛନ୍ତି ଯେ ସାରା ଦେଶରେ କରୋନା ସଂଖ୍ୟା ବଢୁଥିବା କାରଣରୁ ‘ସତର୍କତା ପାଇଁ ସବୁ ଜିଲ୍ଲାକୁ ଚିଠି ଲେଖି ଆଲର୍ଟ କରାଯାଇଛି । ସେହିପରି ଟେଷ୍ଟିଂ କିଟ୍, ଔଷଧ, ଅକ୍ସିଜେନ୍ ମହଜୁଦ ପାଇଁ ସିଡିଏମ୍ଓଙ୍କୁ କୁହାଯାଇଛି । ସେ କହିଛନ୍ତି ଯେ ଗୋଟିଏ ସ୍ଥାନରୁ ଅଧିକ ସଂକ୍ରମିତ ବାହାରିଲେ କଣ୍ଟେନମେଣ୍ଟ ହେବ । କୋଭିଡ ସ୍ଥିତି ନେଇ ଅପରାହ୍ନରେ କେନ୍ଦ୍ର ସହ ବୈଠକ ହେବ ବୋଲି ସେ ସୂଚନା ଦେଇଛନ୍ତି ।