-
ଇମରଜେନ୍ସି ଲଗାଇଥିବା କଂଗ୍ରେସ ଗଣତନ୍ତ୍ରର ସୁରକ୍ଷା କଥା କହିବା ହାସ୍ୟାସ୍ପଦ
ଭୁବନେଶ୍ୱର, କୋର୍ଟର ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ଚାଲି ଯିବା କାରଣରୁ କଂଗ୍ରେସ ବିଧାୟକ ମାନଙ୍କ ଦ୍ୱାରା ବିଧାନସଭାରେ ହଟ୍ଟଗୋଳ କରି ଗୃହ ମୁଲତବୀ କରାଯିବା ପରେ କଂଗ୍ରେସ ଦଳକୁ କଡା ଟାର୍ଗେଟ କରିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ଗୃହ ମୁଲତବୀ ହେବା ପରେ ଗୃହ ବାହାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ କେହି ଆଇନରୁ ଉର୍ଧରେ ନୁହନ୍ତି । ଯଦି କଂଗ୍ରେସ ନେତା ମାନେ ଭାବିବେ ଯେ ରାହୁଲ ଗାନ୍ଧୀଙ୍କ ପାଇଁ ଅଲଗା ଆଇନ ହେବା ଦରକାର ଓ ସେ ଆଇନରୁ ଉର୍ଧରେ ତେବେ ମୋର କିଛି କହିବାର ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଆଇନ ବଳରେ ବିଜେପିର ମଧ୍ୟ ଅନେକ ବିଧାୟକ ସେମାନଙ୍କର ସଦସ୍ୟତା ହରାଇଛନ୍ତି ।
ସେ କହିଛନ୍ତି ଯେ ଯଦି କେହି ବ୍ୟକ୍ତି ଭୁଲ କଲା ତେବେ ସେହି ବର୍ଗର ସମସ୍ତ ଲୋକଙ୍କୁ ଗାଳି ଦେବା, ପଛୁଆ ବର୍ଗର ଲୋକ ମାନଙ୍କୁ ଗାଳି ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ଗଣତନ୍ତ୍ରର ହତ୍ୟା କରାଯାଇଥିବା କଥା କହୁଥିବା ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ଶ୍ରୀ ମିଶ୍ର କହିଛନ୍ତି ଯେ କଂଗ୍ରେସ ଦଳ ଦେଶରେ ଇମର୍ଜେନ୍ସି ଲଗାଇ ସମସ୍ତଙ୍କୁ 19 ମାସ ଜେଲରେ ଭର୍ତି କରି ଦେଇଥିଲା । ସେମାନେ ଗଣତନ୍ତ୍ରର କଥା କହୁଛନ୍ତି ।
ସେ କହିଛନ୍ତି ଯେ ଜନ ପ୍ରତିନିଧିନ ଆଇନ 51 ମସିହାର । ଏଥିରେ ସଂଶୋଧନ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନମୋହନ ସିଂ ଚାହୁଁଥିଲେ । ହେଲେ ନିଜେ ରାହୁଲ ଅର୍ଡିନାନ୍ସ ପ୍ରସ୍ତାବ ସେତେବେଳେ ଚିରି ଦେଇଥି୍ଲେ । ସେ ଏବେ ନିଜେ ପଡ଼ିଛନ୍ତି । ଆଉ ଏବେ ଆସି କହିବେ ମୋଦି କରିଛନ୍ତି । ଏଇଟା କି ବିଚିତ୍ର କଥା ବୋଲି ଶ୍ରୀ ମିଶ୍ର କହିଛନ୍ତି ।