ପୁରୀ, ଆଜି ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠି ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଚୈତ୍ର ଗୁଣ୍ଡିଚା ଯାତ୍ରା । ସୂର୍ଯ୍ୟଦେବଙ୍କ ଏହି ରଥଯାତ୍ରା ବା ସୌର ରଥଯାତ୍ରାକୁ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା ମଧ୍ୟ କୁହାଯାଇଥାଏ । ଏହି ବିଶେଷ ଦିନରେ ଶ୍ରୀମନ୍ଦିର ବେଢ଼ାରେ ପୂଜା ପାଉଥିବା ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢ଼ା ପରିକ୍ରମା କରିଥାନ୍ତି । ସଂନ୍ଧ୍ୟା ଧୂପ ନୀତି ବଢିବା ପରେ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟଦେବଙ୍କୁ ପଂଚାମୃତରେ ମହାସ୍ନାନ ପରେ ବେଶ କରାଯାଇଥାଏ । ଏହାପରେ କ୍ଷିରୀ, କାକରା, ଲଡ଼ୁ ପଂଚୋପଚାରରେ ସୂର୍ଯ୍ୟଦେବଙ୍କୁ ଭୋଗଲାଗି କରାଯାଇ ଚୈତ୍ର ଗୁଣ୍ଡିଚା ପର୍ବ ସମ୍ପନ୍ନ ହେବ ।
Related Stories
November 23, 2024