
ମାଲକାନଗିରି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପାଞ୍ଚଗୋଟି ବ୍ଳକରୁ ୧୨୮ଜଣ ପ୍ରତିନିଧି ଅଂଶଗ୍ରହଣ କରି ତିନି ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରଣୀତ ନୂତନ ଶିକ୍ଷାନୀତି ସଂପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଓଷ୍ଟାର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଷ୍ଟା ରାଜ୍ୟ ସାଧାରଣ ସଂପାଦକ ପ୍ରକାଶ କୁମାର ମହାନ୍ତି, ଯୁଗ୍ମ ସଂପାଦକ ରଂଜନ କୁମାର ଦାସ, ଉପ ସଭାପତି ରାଧାକାନ୍ତ ଦାସ, ଓଷ୍ଟା ମୁଖପତ୍ର ଶିକ୍ଷା ପ୍ରଦୀପର ସଂପାଦକ ଶଙ୍କର ସୁବୁଦ୍ଧି, ଜିଲ୍ଲା ଉପ ଶିକ୍ଷା ଅଧିକାରୀ ଚିତ୍ତ ରଂଜନ ପାଣ୍ଡେ, ମାଲକାନଗିରି ଜିଲ୍ଲା ପ୍ରଭାରୀ ଲୀଳାବତୀ ପଟ୍ଟନାୟକ, କନିଷ୍ଠ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ଅଧ୍ୟାପକ ଡଃ. ରଂଜନ କୁମାର ସ୍ଵାଇଁ, ସଂଯୋଜକ ଅଜୟ କୁମାର ସ୍ଵାଇଁ, ସଂପାଦକ ମନୋଜ କୁମାର ମହାପାତ୍ର, ଲମ୍ବୋଦର ରାଉତ ଓ ଡଃ. ସରୋଜ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରି ଶିକ୍ଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର ଭିତ୍ତିପତ୍ର ଉପସ୍ଥାପନା କରି ଶିକ୍ଷା ସେମିନାର ଓ ସାଂଗଠନିକ ସଂପାଦକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ସର୍ବଶ୍ରୀ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ରଂଜନ କୁମାର ପରିଡା, ସୂର୍ଯ୍ୟ ନାରାୟଣ ନାୟକ, ଲମ୍ଭୋଧର ରାଉତ, ଅଶୋକ କୁମାର ରାଉତ, ଜିତୁ ରଂଜନ ସ୍ଵାଇଁ, ଦୀପକ କୁମାର ରାଉତ, ଗଣେଶ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଆଗାମୀ ତିନିବର୍ଷ ପାଇଁ ଜିଲ୍ଲା ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା। ଅଲେଖ ଚନ୍ଦ୍ର ପ୍ରଧାନ ସଭାପତି, ରଂଜନ କୁମାର ପରିଡ଼ା କାର୍ଯ୍ୟକାରୀ ସଭାପତି, ଗିରିଧାରୀ ସାହୁ, ମନୋଜ ତ୍ରିପାଠୀ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଉପ ସଭାପତି, ମନୋଜ କୁମାର ମହାପାତ୍ର ସଂପାଦକ, ସୁପ୍ରିୟ କୁମାର ନାଥ, ଦୀନବଂଧୁ ବେଜ୍ ,ସୁପ୍ରିତି ଲତା କର ଯୁଗ୍ମ ସଂପାଦକ, ରାଜ୍ୟ କାର୍ଯ୍ୟକାରିଣ ସଭ୍ୟ ଭାବରେ ଅଜୟ କୁମାର ସ୍ଵାଇଁ, ଜିଲ୍ଲା ସଭ୍ୟ ଅଶୋକ କୁମାର ରାଉତ, ରତିକାନ୍ତ ରାଉତ, ନାଗେଶ୍ଵର ଦୋରା , ଯଜାତି କେଶରୀ ପଣ୍ଡା ପ୍ରମୁଖ ସହମତି ଭିତ୍ତିରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ମହାନ୍ତି ଓ ନିରଞ୍ଜନ ନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯିବା ସହ ନିକଟରେ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷିକା ମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।