
ଗଂଜାମ, ଘୁମୁସର ଜିଲା ଗଠନ ଦାବି ନେଇ ଆଜି ଭଂଜନଗରରେ ସକାଳ ଛଅରୁ ସଂଧ୍ଧା ଛଅଟା ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କୃଷକ ନେତା ସୋମନାଥ ନାୟକଙ୍କ ନେତୃତ୍ଵରେ ଚାଲିଥିବା ବେଳେ ଏହି ଆନ୍ଦୋଳନକୁ ବିଭିନ୍ନ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ସରକାରୀ ବେସରକାରୀ କାର୍ଯ୍ଯାଳୟ, ଦୋକାନବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। କେବଳ ଅତ୍ଯାବଶ୍ଯକ ସେବାକୁ ଏଥିରୁ ବାଦ ଦିଆଯାଇଛି।