
-
୨୯ରେ ଆଉ ଏକ ପଶ୍ଚିମା ଝଡ
ଭୁବନେଶ୍ୱର, ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ରହିଛି । ଆଜି ଓ କାଲି ଘଡ଼ଘଡ଼ି ସହ ବର୍ଷା, ଝଡ଼ ପବନ ବହିପାରେ । ସେହିପରି ଆସନ୍ତା ୨୯ ତାରିଖରେ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବ । ଏହାର ପ୍ରଭାବରେ ୩୦ରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ଏବଂ ୩୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା କଟକ, ଜଗତସିଂହପୁର, ଢେଙ୍କାନାଳ, ଗଜପତି ଓ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ବିଜୁ ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏହି ସମୟ ମଧ୍ୟରେ ପୁରୀ , ଖୋର୍ଦ୍ଧା, ନୟାଗଡ, ମାଲକାନଗିରି , କୋରାପୁଟ, ରାୟଗଡା, କନ୍ଧମାଳ ,ବୌଦ୍ଧ , ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୮ରୁ ୨୯ ତାରିଖ ମଧ୍ୟରେ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ ,କଟକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।