
ନୂଆଦିଲ୍ଲୀ, ବିଦେଶୀ ଆକ୍ରମଣକାରୀ ମୋଗଲ ମାନଙ୍କ ବିରୁଦ୍ଧରେ ଦେଶମାତୃକା ପାଇଁ ଲଢେଇ ଲଢିଥିବା ବୀର ବୀର ଲାସିତ ବଡଫୁକନଙ୍କ ନାମକୁ ପ୍ରଧାନମନ୍ତ୍ରୀ ଆଜି ମନ କି ବାତ କାର୍ଯ୍ୟକ୍ରମରେ ସ୍ମରଣ କରିଛନ୍ତି ।
ସେ କହିଛନ୍ତି ଯେ ବୀର ଲାସିତ ବୋରଫକନ ଜୀଙ୍କର ଚାରିଶହତମ ଜୟନ୍ତୀ ପାଳନ କରୁଛୁ । ବୀର ଲାସିତ ବୋରପୁକନ୍ ଅତ୍ୟାଚାରୀ ମୋଗଲ ସାମ୍ରାଜ୍ୟ କବଳରୁ ଗୁଆହାଟୀକୁ ମୁକ୍ତ କରିଥିଲେ । ଆଜି ଦେଶ ଏହି ମହାନ୍ ଯୋଦ୍ଧାଙ୍କର ଅଦମ୍ୟ ସାହସ ସହିତ ପରିଚିତ ହେଉଛି । କିଛିଦିନ ପୂର୍ବରୁ ଲାସିତ ବୋର ଫୁକନଙ୍କ ଜୀବନୀ ଉପରେ ଆଧାରିତ ପ୍ରବନ୍ଧ ଲେଖନ ଅଭିଯାନ ଆୟୋଜିତ ହୋଇଥିଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ପଇଁଚାଳିଶ ଲକ୍ଷ ଲୋକ ଏଥିପାଇଁ ପ୍ରବନ୍ଧମାନ ପଠେଇଥିଲେ । ଆପଣ ଏକଥା ଜାଣି ଆହୁରି ଖୁସି ହେବେ ଯେ ଏବେ ଏହା ଗିନିଜ୍ ରେକର୍ଡ଼ ହୋଇସାରିଛି । ସବୁଠାରୁ ବଡ଼ ଏବଂ ପ୍ରସନ୍ନତାର କଥା ହେଲା – ବୀରଲାସିତ ବୋରଫୁକନଙ୍କ ବିଷୟରେ ଏ ଯେଉଁ ପ୍ରବନ୍ଧଗୁଡ଼ିକ ଲେଖାହେଲା ସେଗୁଡ଼ିକ ତେଇଶଟି ଭିନ୍ନ ଭିନ୍ନ ଭାଷାରେ ଲେଖାଯାଇଛି । ଏଗୁଡ଼ିକ ମଧ୍ୟରେ ଅସମୀୟା ଭାଷାକୁ ଛାଡ଼ି ହିନ୍ଦୀ, ଇଂରାଜୀ, ବଙ୍ଗଳା, ବୋଡ଼ୋ, ନେପାଳୀ, ସଂସ୍କୃତ, ସାଁତାଲୀ ଆଦି ଭାଷାଗୁଡ଼ିକରେ ଲୋକମାନେ ପ୍ରବନ୍ଧ ପଠାଇଛନ୍ତି । ଏହି ପ୍ରୟାସରେ ଭାଗନେଇଥିବା ସବୁ ଲୋକଙ୍କୁ ମୁଁ ହୃଦୟର ସହ ପ୍ରଶଂସା କରୁଛି ବୋଲି ସେ କହିଛନ୍ତି ।