
ନୂଆଦିଲ୍ଲୀ, ‘ସବକା ପ୍ରୟାସ’ କାରଣରୁ ଦୀବରେ ଦିନ ବେଳା ଶତ ପ୍ରତିଶତ କାମ କ୍ଲିନ ଏନର୍ଜି ଦ୍ୱାରା ହୋଇ ପାରୁଥିବାରୁ ଏହାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ମନ କି ବାତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଦମନ୍-ଦୀବରେ ଯେଉଁ ଦୀବ୍ ଅଛି, ଯାହା ଗୋଟିଏ ସ୍ୱତନ୍ତ୍ର ଜିଲ୍ଲା, ସେଠାକାର ଲୋକମାନେ ଗୋଟିଏ ଅଦ୍ଭୁତ କାମ କରି ଦେଖାଇଛନ୍ତି । ଆପଣମାନେ ଜାଣିଥିବେ ଦୀବ୍ ସୋମନାଥର ପାଖରେ ଅବସ୍ଥିତ । ଦୀବ୍ ଭାରତର ପ୍ରଥମ ଜିଲ୍ଲା ଯେଉଁଠି ଦିନବେଳା ଶତପ୍ରତିଶତ କାମ କ୍ଲିନ ଏନର୍ଜି ଦ୍ୱାରା କରାଯାଉଛି । ଦୀବ୍ର ଏହି ସଫଳତାର ମୂଳମନ୍ତ୍ର ହେଉଛି ‘ସବକା ପ୍ରୟାସ’ । ସମୟ ଥିଲା ଏଠି ବିଜୁଳି ଉତ୍ପାଦନର ସଂସାଧନ ଗୋଟିଏ ଆହ୍ୱାନ ଥିଲା । ଲୋକମାନେ ଏହି ଆହ୍ୱାନର ମୁକାବିଲା ପାଇଁ ସୌରଶକ୍ତିକୁ ବାଛିଲେ । ଏଠାରେ ପଡ଼ିଥିବା ଅନୁର୍ବର ଜମି ତଥା ଅନେକ କୋଠା ଉପରେ ସୌର ପ୍ୟାନେଲ ଲଗାହେଲା । ଏଠାରେ ଦିନରେ ଯେତିକି ବିଦ୍ୟୁତ ଶକ୍ତି ଆବଶ୍ୟକ, ତା’ଠାରୁ ଅଧିକ ଶକ୍ତି ଏହି ପ୍ୟାନେଲଗୁଡ଼ିକ ଦ୍ୱାରା ଉତ୍ପାଦିତ ହେଉଛି । ଏହି ସୌର ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ଶକ୍ତି କିଣିବାରେ ଖର୍ଚ୍ଚ ହେଉଥିବା ଧନରୁ ପ୍ରାୟ ବାଉନ କୋଟି ଟଙ୍କାର ସଂଚୟ ହୋଇପାରୁଛି । ଏହାଦ୍ୱାରା ପରିବେଶର ସୁରକ୍ଷା ମଧ୍ୟ ହୋଇପାରୁଛି ।