
-
ମନ କି ବାତ କାର୍ଯ୍ୟକ୍ରମରେ ଅନ୍ୟ ସଫଳ ମହିଳାଙ୍କ ସହ ଜ୍ୟୋତିର୍ମୟୀ ମହାନ୍ତିଙ୍କ ନାମକୁ ମଧ୍ୟ କଲେ ଉଲ୍ଲେଖ
ନୂଆଦିଲ୍ଲୀ, ପବିତ୍ର ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିର ବିଶେଷତ୍ୱ ବିଷୟରେ ଉଲ୍ଲେଖ କରିବା ସହ ନାରୀଶକ୍ତିର ଏହି ଉର୍ଜ୍ଜା ହିଁ ବିକଶିତ ଭାରତର ପ୍ରାଣବାୟୁ ବୋଲି କହିଛନ୍ତି । ମନ କି ବାତ କାର୍ଯ୍ୟକ୍ରମରେ ସେ ଦେଶର ସଫଳ ମହିଳା ମାନଙ୍କର ନାମର ଉଲ୍ଲେଖ କରିବା ବେଳେ ଭାବା ଆଟମିକ ରିସର୍ଚ ସେଂଟରର କାର୍ଯ୍ୟରତ ଓଡିଶାର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ ଏହାହେଉଛି ପବିତ୍ର ନବରାତ୍ରର ସମୟ । ଶକ୍ତି ଉପାସନାର ସମୟ । ଆଜି, ଭାରତର ଯେଉଁ ସାମର୍ଥ୍ୟବାନ ସ୍ୱରୂପ ନୂଆ ଭାବରେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇ ଉଦ୍ଭାସିତ ହେବାରେ ଲାଗିଛି, ତହିଁରେ ବହୁତ ବଡ଼ ଭୂମିକା ନାରୀଶକ୍ତିର ହିଁ ରହିଛି । ଏତେ ସମୟ ଭିତରେ ଏଇମିତି ଅନେକ ଉଦାହରଣ ଆମ ସାମ୍ନାରେ ଉପସ୍ଥିତ ହୋଇସାରିଛି । ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ଙ ଏକ ନୂତନ କୀର୍ତିମାନ ସ୍ଥାପନ କରି ବନେ୍ଦ ଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ୍ ହୋଇପାରିଛନ୍ତି । ଏହି ମାସରେ ପ୍ରଯୋଜକ ଗୁନୀତ୍ ମୋଂଗା ଏବଂ director କାର୍ତିକୀ ଗୋଁଜାଲ୍ବିସ୍ ତାଙ୍କର ଡକ୍ୟୁମେଂଟାରୀ ଏଲିଫାଂଟ ହ୍ୱିସ୍ପର୍ସ ପାଇଁ ଓସ୍କାର ଜିତି ଭାରତବର୍ଷର ନାଁକୁ ଗୌରବମଣ୍ଡିତ କରିଛନ୍ତି । ଦେଶ ପାଇଁ ଆଉ ଏକ ଉପଲବ୍ଧି ଭାବା ଆଟମିକ ରିସର୍ଚ ସେଂଟରର ବୈଜ୍ଞାନିକ ଭଉଣୀ ଜ୍ୟୋତିର୍ମୟୀ ମହାନ୍ତି ମଧ୍ୟ ହାସଲ କରିଛନ୍ତି । ଜ୍ୟୋତିର୍ମୟୀ କେମିଷ୍ଚ୍ରି ଓ କେମିକାଲ ଇଂଜିନିୟରିଂ ଫିଲ୍ଡର ଆଇୟୁପିଏସି ର ବିଶେଷ ପୁରସ୍କାର ପାଇଛନ୍ତି । ଏହି ବର୍ଷର ପ୍ରାରମ୍ଭରେ ହିଁ ଭାରତର 19 ବର୍ଷରୁ କ୍ରିକେଟ୍ ଟିମ୍ ଟି 20 ବିଶ୍ୱକପ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯଦି ଆପଣମାନେ ରାଜନୀତି ଆଡ଼େ ଆଖି ପକାଇବେ, ତେବେ ନାଗାଲାଣ୍ଡରେ ଏକପ୍ରକାର ନୂତନ ଅଧ୍ୟାୟ ଆରମ୍ଭ ହୋଇଯାଇଛି । ନାଗାଲାଣ୍ଡରେ ୭୫ ବର୍ଷ ଭିତରେ ପ୍ରଥମଥର ପାଇଁ ଦୁଇଜଣ ମହିଳା ବିଧାୟକ ବିଜୟଲାଭ କରି ବିଧାନସଭା ପହଂଚିଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ନାଗାଲାଣ୍ଡର ସରକାରରେ ମନ୍ତ୍ରୀପଦ ମଧ୍ୟ ପ୍ରାପ୍ତ ହୋଇଛି ଅର୍ଥାତ୍ ରାଜ୍ୟବାସୀଙ୍କୁ ପ୍ରଥମଥର ପାଇଁ ଜଣେ ମହିଳା ମନ୍ତ୍ରୀ ମଧ୍ୟ ମିଳିଛି ।
ଆଜି, ଦେଶର ଝିଅମାନେ ଆମର ତିନୋଟିଯାକ ସେନାବାହିନୀରେ ନିଜର ଶୌର୍ଯ୍ୟ ଓ ସାହସର ପ୍ରଦର୍ଶନ କରିଚାଲିଛନ୍ତି । ଗ୍ରୁପ କ୍ୟାପେଟେନ ଶାଲିଜା ଧାମୀ କମ୍ବାଟ ୟୁନିଟର କମାଣ୍ଡ ଆପଏଂଟମେଂଟ ପାଇଥିବା ପ୍ରଥମ ମହିଳା ବାୟୁସେନା ଅଧିକାରୀ ହୋଇପାରିଛନ୍ତି । ତାଙ୍କ ପାଖରେ ପାଖାପାଖି ୩ ହଜାର ଘଂଟାର ଫ୍ଲାଂଇ ଏକ୍ସପେରିଏନ୍ସ ରହିଛି । ସେହିପରି ଭାରତୀୟ ସେନାର ସାହସୀ captain ଶିବା ଚୌହାନ୍ ସିଆଚିନ୍ରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଅଧିକାରୀ ଅଟନ୍ତି । ସିଆଚିନ୍ରେ ଯେଉଁଠି ପାରଦ ମାଇନସ୍ ସିକ୍ସଟି (-୬୦) ଡିଗ୍ରୀ ପର୍ଯ୍ୟନ୍ତ ଖସିଆସେ । ସେଠାରେ ଶିବା ତିନିମାସ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ ।
ସେ କହିଛନ୍ତି ଯେ ଏତେ ଲମ୍ବା ଯେ ଏଠାରେ ସମସ୍ତଙ୍କର ଚର୍ଚ୍ଚା କରିବା ସମ୍ଭବପର ନୁହେଁ । ଏହିପରି ସମସ୍ତ ମହିଳା, ଆମର ଝିଅମାନେ ଆଜି ଭାରତ ଏବଂ ଭାରତର ସ୍ୱପ୍ନ ତଥା ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିଚାଲିଛନ୍ତି । ନାରୀଶକ୍ତିର ଏହି ଉର୍ଜ୍ଜା ହିଁ ବିକଶିତ ଭାରତର ପ୍ରାଣବାୟୁ ବୋଲି ସେ କହିଛନ୍ତି ।