
ନୂଆଦିଲ୍ଲୀ, ପୁଣେର ଏକ ହାଉସିଂ ସୋସାଇଟି ଦ୍ୱାରା ସୌର ଶକ୍ତିର ବ୍ୟବହାର କରି ସାମୁହିକ ବ୍ୟବୃହତ ସାମଗ୍ରୀ ଗୁଡିକୁ ସୋଲାର ଲାଇଟରେ ଚଳାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଶଂସା କରିଛନ୍ତି ।
ସେ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତର ଲୋକମାନେ ତ ଶତାବ୍ଦୀ ଶତାବ୍ଦୀ ଧରି ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧ ରଖିଆସିଛନ୍ତି । ଆମ ଦେଶରେ ସୂର୍ଯ୍ୟଙ୍କର ଶକ୍ତିକୁ ନେଇ ଯେଉଁ ବୈଜ୍ଞାନିକ ମତ ରହିଛି, ସୂର୍ଯ୍ୟ ଉପାସନାର ଯେଉଁ ପରମ୍ପରା ଅଛି, ଅନ୍ୟ ଦେଶରେ ସେଭଳି ବହୁତ କମ୍ ଦେଖାଯାଏ । ମୁଁ ବହୁତ ଖୁସି ଯେ ଆଜି ପ୍ରତ୍ୟେକ ଦେଶବାସୀ ସୌରଶକ୍ତିର ମହତ୍ୱକୁ ବୁଝିବା ସଙ୍ଗେ ସଙ୍ଗେ କ୍ଲିନ ଏନର୍ଜି କ୍ଷେତ୍ରରେ ନିଜର ଯୋଗଦାନ ଦେବାକୁ ଚାହୁଁଛି । ‘ସବକା ପ୍ରୟାସ’ର ଏହି ଉତ୍ସାହ ଆଜି ଭାରତର ସୌର ମିଶନକୁ ଆଗକୁ ନେଇଚାଲିଛି । ମହାରାଷ୍ଟ୍ର ପୁନେର ଗୋଟିଏ ଉତମ ପ୍ରୟାସ ପ୍ରତି ମୋର ଧ୍ୟାନ ଆକର୍ଷିତ ହୋଇଛି । ଏଠାକାର ଏମଏସଆର ଓଲିଭ ହାଉସିଂ ସୋସାଇଟି ର ଲୋକମାନେ ସ୍ଥିର କରିଛନ୍ତି ଯେ ସେମାନେ ସୋସାଇଟିରେ ପିଇବା ପାଣି, ଲିଫ୍ଟ ଏବଂ ଲାଇଟ ଆଦି ସାମୂହିକ ଭାବେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକୁ ଏବେ ସୌର ଶକ୍ତି ଦ୍ୱାରା ଚଲାଇବେ । ତା’ପରେ ସୋସାଇଟିର ସମସ୍ତେ ମିଶି ସୌର ପ୍ୟାନେଲ ଲଗାଇଲେ । ଏବେ ଏହି ସୌର ପ୍ୟାନେଲ ଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ନବେହଜାର କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଉଛି । ୟାଦ୍ୱାରା ପ୍ରତିମାସରେ ପ୍ରାୟ ଚାଳିଶ ହଜାର ଟଙ୍କା ସଂଚୟ ହୋଇପାରୁଛି । ଏହି ସଂଚୟର ଲାଭ ସୋସାଅଟିର ସବୁ ଲୋକ ପାଉଛନ୍ତି ।