
ଭୁବନେଶ୍ୱର, ମନ କି ବାତ କାର୍ଯ୍ୟକ୍ରମରେ ଓଡ଼ିଶାର ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ କୃତିତ୍ୱକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି
ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମନ କି ବାତ କାର୍ଯକ୍ରମର ୯୯ତମ ସଂସ୍କରଣରେ ଦେଶର ସାମର୍ଥ୍ୟକୁ ବଢାଇବା ଦିଗରେ ନାରୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶାର ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ କୃତିତ୍ୱକୁ ପ୍ରଶଂସା କରିଥିବାରୁ ଧନ୍ୟବାଦ ।
ସେ ଆହୁରି କହିଛନ୍ତି ଯେ କଳା, କ୍ରୀଡା, ଚଳଚ୍ଚିତ୍ର, ବିଜ୍ଞାନ, ରାଜନୀତି, ସାମରିକ ବାହିନୀ ସମେତ ସବୁ କ୍ଷେତ୍ରରେ ଆମ ଦେଶର ମହିଳାମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଦେଶ ପାଇଁ ଗୌରବ ଆଣୁଛନ୍ତି । ମହିଳା ମାନଙ୍କର ସାହସ ଓ କୁଶଳକୁ ସମଗ୍ର ଦୁନିଆ ପ୍ରଶଂସା କରୁଛି । ଦେଶର ନାରୀଶକ୍ତି ଆମ ଦେଶର ସ୍ୱପ୍ନକୁ ନୂଆ ଉର୍ଜା ଦେଉଛନ୍ତି ।