ଗଞ୍ଜାମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ କବିସୂର୍ଯ୍ୟନଗର ଏବଂ ୧୨ଟା ୧୦ ମିନିଟରେ ହିଞ୍ଜିଳିକାଟୁ ଠାରେ ଆୟୋଜିତ ଦୁଇଟି ଜନସଭାରେ ଯୋଗଦେଇ ଗଞ୍ଜାମ ଜିଲ୍ଲାକୁ ୧ ନମ୍ବର ଜିଲ୍ଲାରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ । ଏତଦ୍ ବ୍ୟତୀତ ସେ ଗଞ୍ଜାମ ଜିଲ୍ଲାରେ ୧୯୫୨.୮୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେହିପରି ୨୨ ହଜାର ୨୦୦ ସ୍ଵୟଂ ସହାୟକ ଗୋଷ୍ଠିର ୨.୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ଋଣ ଓ ସହାୟତା ଏବଂ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଂଟକ ଘରଡ଼ିହ ପଟ୍ଟା ବଂଟନ କରିଛନ୍ତି । ଅପରାହ୍ନ ୩ଟା ୨୦ ମିନିଟ୍ ରେ ସେ ଛତ୍ରପୁର ଠାରେ ଆୟେଜିତ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସହ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ଆସିକା ବିଧାୟକ ମଞ୍ଜୁଳା ସ୍ଵାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ, ଗଞ୍ଜାମ ଏସପି ଜଗମୋହନ ମୀନା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତିଭାସନଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରିୟ ପଦାଧିକାରୀ ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।