କୋରାଇ – ଆଜି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ କୋରାଇ ବ୍ଲକ ଅର୍ନ୍ତଗତ ଜହ୍ନା ସ୍ଥିତ ବଳଦେବ ଜୀଉ ମନ୍ଦିରରେ ମହାପ୍ରଭୁ ଜଗନ୍ନଥ, ବଳରାମ ଓ ମାଆ ସୁଭଦ୍ରାଙ୍କୁ ୬୪ ବ୍ୟଞ୍ଜନ ପ୍ରଦାନ କରାଯାଇଛି । ପରମ୍ପରା ଅନୁଯାଇ ଆଜି ପ୍ରାତଃ ସମୟରୁ ମନ୍ଦିରର ମୁଖ୍ୟପୂଜକ ମହାପ୍ରଭୁଙ୍କ ନିତ୍ୟ ନିୟମିତ କାର୍ଯ୍ୟ ସହିତ ୮୦ରୁ ୯୦ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ତ୍ରିମୂର୍ତିଙ୍କ ନିକଟରେ ଭୋଗ ଲାଗି କରିଥିଲେ । ଏହାକୁ ମହାପ୍ରଭୁଙ୍କ ୬୪ ବ୍ୟଞ୍ଜନ ବୋଲି କୁହାଯାଇଥାଏ । ସନ୍ଧ୍ୟାରେ ପ୍ରଭୁଙ୍କ ପ୍ରସାଦ ଭକ୍ତମାନଙ୍କ ମଧ୍ୟରେ ବଂଟନ କରାଯାଇଛି । ଅନୁଷ୍ଠିତ ପୂଜାକାର୍ଯ୍ୟକ୍ରମକୁ ଠାକୁରଙ୍କ ମୁଖ୍ୟପୂଜକ ଗୋପବନ୍ଧୁ ପାଢୀ ଓ ସହଯୋଗୀ ମୃତୁଞ୍ଜୟ ପାଢୀ ପ୍ରମୁଖ ପୂଜାପାଠ ଓ ୬୪ ବ୍ୟଞ୍ଜନ ପ୍ରଭୁଙ୍କୁ ପ୍ରଦାନ କରିଥିଲା ବେଳେ ବଳଦେବ ଜୀଉ ଟ୍ରଷ୍ଟବୋର୍ଡର ପ୍ରଧାନ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ବୋଇତାଇ, ନଟବର ବିଶ୍ୱାଳ, ଚନ୍ଦ୍ରମଣି ବେହେରା, ଚିନ୍ତାମଣି ପାଢୀ, ବିଶ୍ୱଜିତ ନାୟକ, ପ୍ରିତିରଞ୍ଜନ ସାହୁ, ସଦାନନ୍ଦ ବେହେରା, ଅତନୁ କୁମାର ବିଶ୍ୱାଳ, ସନାତନ ଦାସ, ରାଜୀବ ଲୋଚନ ରାଉତ ପ୍ରମୁଖ କର୍ମକର୍ତାଙ୍କ ସମେତ ଭୋଦେବ ମହାନ୍ତି, ମନ୍ମଥ ସାହୁ, ନିମାଇ ଚରଣ ପାଳ, ଲକ୍ଷ୍ମୀଧର ଦାସ, କାମଦେବ ଦାସ, ନିରଞ୍ଜନ ନାୟକ, ସଞ୍ଜୟ କୁମାର ସାହୁ, ବିଦ୍ୟାଧର ସାହୁ, କାମଦେବ ଦାସ, ଭବାନୀ ଶଙ୍କର ପାଢୀ, ବିକ୍ରମ ବିଶ୍ୱାଳ, ବସନ୍ତ ନାୟକଙ୍କ ସହିତ ବଳଦେଜୀଉଙ୍କ ସେବାସଂଘର ସମସ୍ତ କର୍ମକର୍ତା ଓ ସଭ୍ୟଗଣ ଏବଂ ଗ୍ରାମବାସୀ ପ୍ରମୁଖ କାର୍ଯ୍ୟ ସଂପଦନା କରିଥିଲା ବେଳେ ଶତାଧିକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ନାମ ସଂକୀର୍ତନ କରିଥିଲେ ।
Related Stories
November 1, 2024