-
ଯଦି କୋଭିଡ୍ ହରାଇ ପାରିଲେ , ତେବେ ଯକ୍ଷ୍ମା ନୁହେଁ କାହିଁକି?
ଯକ୍ଷ୍ମା ର ଅନ୍ତ ହେଵା ସହିତ ଯକ୍ଷ୍ମା ମୁକ୍ତ ଭାରତବର୍ଷ ହେବ। ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା ଆଉ ଯକ୍ଷ୍ମା ମୁକ୍ତ ହେବ ପୁରୀ। ଏଥିପାଇଁ କେବଳ ସରକାର କି ପ୍ରଶାସନ ନୁହେଁ,ଟିବି ଚମ୍ପିୟାନ ଠାରୁ କାର୍ଯ୍ୟରତ କର୍ମଚାରୀ, ଆଶାକର୍ମୀ ଠାରୁ ଯକ୍ଷ୍ମା ଆକ୍ରାନ୍ତ ମଣିଷ ର ପରିବାର, ଗାଁ ମୁଖିଆ ଠାରୁ ସ୍ବାସ୍ଥ୍ୟ କର୍ମୀ, ଏପରିକି ଏଏନଏମ ଟ୍ରେନି ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସୁଜାତା ମିଶ୍ର।ବିଶ୍ଵ ଯକ୍ଷ୍ମା ଦିବସ ଉପଲକ୍ଷେ ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ “ହଁ! ଆମେ ଯକ୍ଷ୍ମା ର ଅନ୍ତ କରିପାରିବା”କାର୍ଯ୍ୟକ୍ରମ କୁ ଉଦଘାଟନ କରି ଡକ୍ଟର ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ-୨୦୨୫ ସଂକଳ୍ପ କୁ ଦୋହରାଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡକ୍ଟର ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏଡିଏମ୍ ଓ ପ୍ରଣୟ ପ୍ରକାଶ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବସନ୍ତ ରୋଗ ହଟିବା ପରି , ଦିନେ ଯକ୍ଷ୍ମା ରୋଗର ଅନ୍ତ ହେବ ବୋଲି କହିବା ସହ ଭୟାବହ କୋଭିଡ୍ ଯଦି ନିୟନ୍ତ୍ରଣ ହୋଇପାରେ, ତେବେ ଯକ୍ଷ୍ମା କାହିଁକି ନୁହେଁ ବୋଲି ପ୍ରକାଶ କରିଥିଲେ। ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ଉପରେ ଡାକ୍ତର ସୁଦର୍ଶନ ପୋଥାଳ,ଏକ ସାରଗର୍ଭକ ଅଭିବ୍ୟକ୍ତି ରଖିଥିବା ବେଳେ,ଟିବି ଫୋରମ୍ ସଦସ୍ୟ ସମାଜସେବୀ ବଦ୍ରି ମିଶ୍ର, ଯକ୍ଷ୍ମା ମୁକ୍ତ ସମାଜ ଗଠନ ପାଇଁ ସମର୍ପିତ କର୍ମଚାରୀ ଓ ସହଯୋଗୀମାନଙ୍କ ଜୀବନଭା ରଥ -ଜୀବିକା ର ସ୍ଥାୟିତ୍ବ ପାଇଁ ସରକାର ତଥା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଗିରିଶ ବେହେରା,ଟି.ନାରାୟଣ ରାଓ, ଡାକ୍ତର ଉତ୍ପଳ ନନ୍ଦୀ , ଡାକ୍ତର ନିମାଇଁ ଜେନା ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ ନିଃକ୍ଷୟ ପୋଷଣ ଯୋଜନା ଅଧିନରେ ସୁରଭି ବେହେରା,ଏନ୍.ସୁଜାତା ରେଡି, ରବିନାରାୟଣ ପାତ୍ର, ଆରତୀ ନାୟକ ଓ ରୁବି ଦାସଙ୍କୁ ଅତିଥିମାନେ ପୃଷ୍ଟିସାର ଖାଦ୍ୟ ବାକ୍ସ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୋପ ର ବିଜୟଲକ୍ଷ୍ମୀ ମୁରୁଡି,କଣାସ ର ସଂଗୀତା ପ୍ରଧାନ,ଓ ନାଗପୁର ର ଦୀପକ କାଣ୍ଡି, ଯକ୍ଷ୍ମା ନିରାକରଣ ସଚେତନତା ଅଭିଯାନ ସଂପର୍କରେ ଵୟାନ ରଖିଥିବା ବେଳେ,ଏହି କାର୍ଯ୍ୟକ୍ରମ କୁ ଦୈତାରୀ ପଟ୍ଟନାୟକ , ପ୍ରତାପ କେଶରୀ ରଥ, ଦେବାଶିଷ ମର୍ଦ୍ଦରାଜ ,ସୁଦର୍ଶନ ଜେନା ଓ ସନ୍ତୋଷ ରାଉତରାୟ ପରିଚାଳନା କରିଥିଲେ।ଏହି ଅବସରରେ ଡାକ୍ତର ଲଲାଟେନ୍ଦୁ ମିଶ୍ରଙ୍କ ନେତୃତ୍ବରେ ଯକ୍ଷ୍ମା ସଚେତନତା ରାଲି ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚିବା ସହ ସ୍ବାକ୍ଷର ଅଭିଯାନ କରିଥିଲା। ଶେଷରେ ରବିନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।