ଧର୍ମଶାଳା, ଦୀର୍ଘ ଦିନର ପ୍ରତିକ୍ଷା ଅନ୍ତ ହେବାକୁ ଯାଉଛି। ଆସନ୍ତା କାଲିଠାରୁ ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଶବ ସଂରକ୍ଷଣ ଗୃହରେ ଶବ ବ୍ୟବଚ୍ଛେଦ ହେବ । ଏନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଶିବାଶିଷ ମହାରଣା କହିଛନ୍ତି । ଯାହାକି ଧର୍ମଶାଳା ଅଂଚଳବାସୀ ବେଶ ଉପକୃତ ହୋଇପାରିବେ ।
ଜିଲାରେ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏକ ଗୁରୁତ୍ଵପୂର୍ଣ୍ଣ ସ୍ଵାସ୍ଥ୍ୟକେନ୍ଦ୍ର । ସ୍ଥାନୀୟ ୫୦ରୁ ଉର୍ଦ୍ଧ ପଂଚାୟତବାସୀ ଏହାଦ୍ବାରା ଉପକୃତ ହେଉଥିବା ବେଳେ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ ଯାଉଛି ୧୬ ନଂ ଜାତୀୟ ରାଜପଥ । ଅନେକ ସମୟରେ ଅପମୃତ୍ୟୁ ହେଉ ଅବା ଦୁର୍ଘଟଣାରେ ପ୍ରାଣ ହରାଉ ଥିବା ବ୍ୟକ୍ତିମାନେ ଏହି ମେଡିକାଲର ଶବ ସଂରକ୍ଷଣ ଗୃହରେ ସେମାଙ୍କର ଶବ ପଡି ରହିବା ସହ ଏହି ଶବ ବ୍ୟବଚ୍ଛେଦ ନିମନ୍ତେ ପୂର୍ବରୁ ଜିଲା ମୁଖ୍ୟ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ବଡଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଧର୍ମଶାଳା ସ୍ଵାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବା ଲାଗି ଦାବି ହୋଇ ଆସୁଥିଲା । ସରକାର ଓ ଜିଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ଏଠାରେ ଶବ ବ୍ୟଚ୍ଛେଦ କରାଯିବା ଲାଗି ନିଷ୍ପତି ନିଆଯାଇଥିଲା । ଯାହାକି ଏହି ଦାବି ଏବେ ପୂରଣ ହେବାକୁ ଯାଉଛି ।