ଜୟପୁର, ଜୟପୁର ପୌରାଞ୍ଚଳର ୯ ନମ୍ବର ଓାର୍ଡ । ଏହା ଗୋପବନ୍ଧୁ ନଗର ଓ ଓଡିଆ ମେଦ୍ରୀ ସାହିକୁ ନେଇ ଗଠିତ । ଏଠାରେ ଲୋକ ସଂଖ୍ୟା ପ୍ରାୟ୧୫ ଶହ ହୋଇଥିବା ବେଳେ ଘର ସଂଖ୍ୟା ୨ ହଜାର ହେବ । ଉକ୍ତ ଦୁଇ ସାହିରେ ଲୋକଙ୍କୁ ସଚେତନ କରିବା ସହ ବିକାଶର ମଙ୍ଗ ଧରିଛନ୍ତି କାଉନସିଲର ଅନିତା କୁମାରି ରାୟ । ଉକ୍ତ ଅଞ୍ଚଳରେ ଆଦର୍ଶ ଗୋଷ୍ଠି ଶୌଚାଳୟ, ଗୋପବନ୍ଧୁଙ୍କ ପ୍ରତିମୂର୍ତିସ୍ଥଳର ବିକାଶ ସହ ଲେବର ଅଫିସ, ଜୟପୁରର ପ୍ରଥମ ବିଧାୟକ ଲଇଛନ ନାୟକଙ୍କ ପ୍ରତିମୂର୍ତି ନିକଟରେ ବିକାଶ ହୋଇଛି । ମୋ ଟୟଲେଟ କାଯ୍ୟ, ରାସ୍ତା, ଡ୍ରେନ ଆଦି କାଯ୍ୟ ଜାରି ରହିଛି । କାଉନସିଲର ନିର୍ବାଚନର ୧ ବର୍ଷ ମଧ୍ୟରେ ଉକ୍ତ ୱାର୍ଡରେ ଯେଉଁ ବିକାଶ ହୋଇଛି ସାହି ବାସିନ୍ଦା ତାହାର ଭୁରିଭୁରି ପ୍ରଶଂସା କରିଛନ୍ତି । ଓଡିଆ ମେଦ୍ରୀ ସାହିରେ ଥିବା ବସ୍ତି ଅଞ୍ଚଳକୁ ବିଜୁ ଆଦର୍ଶ ନଗର କରିବାକୁ ଉଦ୍ୟମ ଜାରି ରହିଥିବା କାଉନସିଲର ଅନିତା କୁମାରି ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରେ ଯେଉଁ ବିକାଶ ହୋଇଛି ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ସ୍ଵଛ ପରିବେଶ ସୃଷ୍ଟି କରିବା ସହ ବିକାଶ କରିବା କାଉନସିଲର ଅନିତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ସୂଚନା ଦେଇଛନ୍ତି । ଆଗାମି ଦିନରେ ଉକ୍ତ ଦୁଇ ସାହିର ରୂପରେଖ ବଦଳିବାକୁ ଯାଉଛି । ସକାଳ ହେବା ମାତ୍ରେ ସ୍ଵଛତାକୁ ଗୁରତ୍ଵ ଦେବା ସହ ବିକାଶ ନେଇ ଉଦ୍ୟମ ଜାରି ରଖିଛନ୍ତି ଅନିତା । ଏହି ସବୁ ବିକାଶ ହୋଇଥିବାରୁ ଜୟପୁର ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ସାହି ବାସିନ୍ଦାଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି କାଉନସିଲର ଅନିତା ।
Related Stories
November 22, 2024